fbpx

ଆକାଉଣ୍ଟ ଖୋଲିବା ପାଇଁ ପୋଷ୍ଟ ଅଫିସ ଆଣିଲା ନୂଆ ସ୍କିମ, ଟିକସ ଛାଡ ସହିତ: ୬.୯% ରୁ ୭.୫% ପର୍ଯ୍ୟନ୍ତ ମିଳୁଛି ସୁଦ୍ଧ

ଓଡ଼ିଶା ଭାସ୍କର: ଯଦି ଆପଣ କମ ଖର୍ଚ୍ଚରେ ଭଲ ରିଟର୍ନ ବା ସୁଦ୍ଧ ପାଇବାକୁ ଚାହୁଛନ୍ତି ତେବେ ଏହି ସ୍କିମ ଆପଣଙ୍କ ପାଇଁ । ଏବେ ପୋଷ୍ଟ ଅଫିସ ଆଣିଛି “ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମ” । ଏହାକୁ ଆପଣ ଫିକ୍ସ ଡିପୋଜିଟ ମଧ୍ୟ କରିପାରିବେ । ପୋଷ୍ଟ ଅଫିସରେ ଡିପୋଜିଟ କରିବା ଏବଂ ଆକାଉଣ୍ଟ ଖୋଲିବା ଆପଣଙ୍କ ପାଇଁ ସୁରକ୍ଷିତ । ଏଥିରେ ଆପଣ କମ ନିବେଶ କରିବା ସହିତ ଭଲ ସୁଦ୍ଧ ମଧ୍ୟ ପାଇ ପାରିବେ । ଏହା ଛଡା ଆପଣଙ୍କୁ ଟ୍ୟାକ୍ସରୁ ମଧ୍ୟ ମୁକ୍ତି ମିଳିବ ।

ଏଥିରେ କେଉଁମାନେ ନିବେଶ କରିପାରିବେ : ଯେକୌଣସି ଭାରତୀୟ ଲୋକ ପୋଷ୍ଟ ଅଫିସରେ ଡିପୋଜିଟ ଆକାଉଣ୍ଟ ଖୋଲି ପାରିବେ । ଏହାକୁ ଜଣେ ବ୍ୟକ୍ତି , ଦୁଇଜଣ ବ୍ୟକ୍ତି କିମ୍ବା ୩ ଜଣ ମିଶି ମଧ୍ୟ ଏହି ଆକାଉଣ୍ଟ ଖୋଲି ପାରିବେ । ଯଦି ଛୋଟ ପିଲାଙ୍କ ନାରେ ଏହି ଆକାଉଣ୍ଟ ଖୋଲିବାକୁ ଚାହୁଛନ୍ତି ତେବେ ତାଙ୍କର ଅଭିଭାବକ ଏଥିରେ ନିବେଶ କରିପାରିବେ । ୧୦ ବର୍ଷରୁ ଅଧିକ ବୟସର ନାବାଳକ ଏହି ଆକାଉଣ୍ଟକୁ ପରିଚାଳନା କରିପାରିବେ । ପୋଷ୍ଟ ଅଫିସର ୱେସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏଥିରେ ଆପଣ ଅନଲିମିଟେଡ ଆକାଉଣ୍ଟ ଖୋଲିପାରିବେ ।

କେତେ ନିବେଶ କରିବେ କେତେ ରିଟର୍ନ ପାଇବେ : ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମରେ କଷ୍ଟମରକୁ ୧,୨,୩, ଏବଂ ୫ ବର୍ଷ ପାଇଁ ନିବେଶ କରିବା ପାଇଁ ଅପସନ ଅଛି । ଏବଂ ନିବେଶ କରିବା ପାଇଁ ସର୍ବନିମ୍ନ ଏକ ହଜାର ଟଙ୍କାରୁ ଆରମ୍ଭ କରିବାକୁ ପଡିବ । ତେବେ ଗୋଟିଏ ବର୍ଷ ନିବେଶ ବା ଡିପୋଜିଟ ପରେ ୬.୯% , ଦୁଇ ଏବଂ ୩ ବର୍ଷ ପାଇଁ ୭.୦% ଏବଂ ୫ ବର୍ଷ ନିବେଶ କରିବା ପରେ ୭.୫ % ସୁଦ୍ଧ ଅଫର କରାଯାଉଛି । ଏଥିରେ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ଡିପୋଜିଟ କରିପାରିବେ ।

ଟଙ୍କା ଉଠାଇବା ପାଇଁ କ’ଣ ରହିଛି ସର୍ତ୍ତ : ପୋଷ୍ଟ ଅଫିସ ଟାଇମ ଡିପୋଜିଟ ଆକାଉଣ୍ଟ ଆରମ୍ଭ କରିବା ୬ ମାସ ପରେ ଆପଣ ଟଙ୍କା ଉଠାଇ ପାରିବେ ନାହିଁ । ତେବେ ଯଦି ଆପଣ ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଚାହାନ୍ତି ତେବେ ଆପଣ ଏଥିରୁ ମିଳୁଥିବା ଲାଭ ପାଇପାରିବେ ନାହିଁ । ଏଥିରେ କେବଳ ପୋଷ୍ଟ ଅଫିସରେ ମିଳୁଥିବା ଲାଭ ପାଇବେ । ଏହା ଛଡା ଆପଣଙ୍କ ଆକାଉଣ୍ଟର ମ୍ୟାଚୋରିଟି ପରେ ଏକ ଆପ୍ଲିକେଶନ ଫର୍ମ ପୂରଣ କରିବା ପରେ ଏହାକୁ ଆପଣ ଆଗକୁ ମଧ୍ୟ ଜାରି ରଖି ପାରିବେ ।

Get real time updates directly on you device, subscribe now.