fbpx
BSKY
BJD MC SKY
BJD YOUTH SKY

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ଡିଜିପି: ଆସନ୍ତା କାଲି ଦାୟିତ୍ୱ ଗ୍ରହଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ଆଗାମୀ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ । ବଂଶଲ ଆସନ୍ତା କାଲି ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରି ପାରନ୍ତି ।ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ବର୍ତ୍ତମାନ ଦାୟିତ୍ୱରେ ଥିବା ଡିଜିପି ଅଭୟଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବାକୁ ଯାଉଥିବାରୁ ରାଜ୍ୟ ସରକାର ନୂଆ ଡିଜିପି ଭାବେ ସୁନୀଲଙ୍କ ନାମ ଘୋଷଣା କରିଛନ୍ତି । ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ସୁନୀଲ ନୂଆ ବର୍ଷରୁ ଏହି ଦାୟିତ୍ୱ ସମ୍ଭାଳିବେ ।

ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଥିବାରୁ ପୂର୍ବରୁ ଏହି ପଦକୁ ନେଇ କିଛି ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ସେମାନଙ୍କ ମଧ୍ୟରେ ସୁନୀଲ, ମନୋଜ ଛାବ୍ରା ଓ ସନ୍ତୋଷ ଉପାଧ୍ୟାୟଙ୍କ ନାମ ଆଗରେ ରହିଥିଲା । ନୂଆ ଡିଜିପି ପଦ ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ସଂଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି)କୁ ସୁପାରିସ କରିଥିଲେ । ୟୁପିଏସସି କମିଟି ସିଲେକ୍ସନ କରି ଏହି ୩ ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା ।

Get real time updates directly on you device, subscribe now.