fbpx

ଚୋରଙ୍କ ଭିତରୁ ଜଣେ ମୋ ସହିତ ଅଶ୍ଲୀଳ ବ୍ୟବହାର କରିଥିଲା: କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ ମଞ୍ଚେଶ୍ୱରରେ ହୋଇଥିବା ଚୋରି ମାମଲାରେ ପୋଲିସକୁ ଅଦ୍ୟାବଧି କୌଣସି ସଫଳତା ମିଳିନାହିଁ । ତେବେ ଘରୁ ପଇସା ଓ ଅଳଙ୍କାର ଲୁଟ କରିଥିବା ଲୁଟେରାଙ୍କ ମଧ୍ୟରୁ ଜଣେ ତାଙ୍କ ସହିତ ଅଶ୍ଲୀଳ ବ୍ୟବହାର କରିଥିବା ନେଇ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ କହିବା ଅନୁଯାୟୀ ବାପାଙ୍କ ମୁଣ୍ଡରେ ବନ୍ଧୁକ ଲଗା ଯାଇଥିବା ବେଳେ ବୋଉର ମୁଣ୍ଡ ଫଟାଇ ଦେଇଥିଲେ । ଏହାପରେ ସେମାନେ ସମସ୍ତ ଚାବି ମାଗିଥିଲେ ଏବଂ ପଇସା ଓ ଅଳଙ୍କାର ଲୁଟି ନେଇଥିଲେ । ମୋତେ ଡାଇନିଙ୍ଗ ପାଖକୁ ନେଇଥିବା ବେଳେ ସେଠାରେ ଥିବା ଜଣେ ଲୁଟେରା ମୋ ସହିତ ଖରାପ ବ୍ୟବହାର କରିଥିଲା ବୋଲି ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.