fbpx

ଉଚ୍ଚଶିକ୍ଷା ବିଭାଗକୁ ମିଳିଲେ ନୂଆ ନିର୍ଦ୍ଦେଶକ: ବଦଳିଲେ କଟକ ଜିଲ୍ଲାପାଳ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ଭବାନୀ ଶଙ୍କର ଛୟନୀ । ଏହା ପୂର୍ବରୁ ଭବାନୀ କଟକ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସେହିପରି ନରହରି ସେଠୀଙ୍କୁ କଟକ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ପଦରେ ଅବସ୍ଥାପିତ କରାଯାଇଛି । ଏହା ପୂର୍ବରୁ ନରହରି ଉଚ୍ଚ ଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଥିଲେ । ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟ ସରକାର ଓଏଏସ ଅଧିକାରୀ ସ୍ତରରେ ପରିବର୍ତ୍ତନ କରିଥିଲେ । ଚଳିତ ମାସରେ ରାଜ୍ୟ ସରକାର ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଥିବା ବେଳେ ୨୩ ତାରିଖରେ ପୁଣି କିଛି ଅଧିକାରୀଙ୍କୁ ଅଦଳବଦଳ କରିଥିଲେ ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୨୦ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଥିଲା । ୨୫ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗଦେବାକୁ ଏହି ଅଧିକାରୀମାନଙ୍କୁ କୁହାଯାଇଥିଲା । ସେହିପରି ଚଳିତ ମାସ ପ୍ରଥମ ସପ୍ତାହରେ କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଥିଲା । ତା’ ପୂର୍ବରୁ ସେପ୍ଟେମ୍ବର ମାସ ୧୩ ତାରିଖରେ ଓଏଏସ ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଥିଲା । ମୋଟ ୨୯୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଥିଲା ।

Oas Reshuffle

Get real time updates directly on you device, subscribe now.