fbpx

କରୋନା ପାଇଁ ଏଥର ଟିକା ବଦଳରେ ଆସିଗଲା ନୂଆ ଔଷଧ!

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ଓ ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦୁଇ ପ୍ରକାର ନୂଆ ଟାବଲେଟ୍ ବିକଶିତ କରିଛନ୍ତି । ସୂଚନା ଅନୁସାରେ ଏହି ନୂଆ ଔଷଧ ପ୍ରଥମରୁ କରୋନା ସଂକ୍ରମିତ ହେବାରୁ ରକ୍ଷାକରେ ଏବଂ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ ସୁସ୍ଥ କରିପାରିବ । ଏହାର ପରୀକ୍ଷଣ ଚାଲିଥିବାବେଳେ ଖୁବ୍ ଶୀଘ୍ର ଏହା ବଜାରା ପ୍ରବେଶ କରିବା ନେଇ ଆଶା କରାଯାଉଛି ।

ଅଷ୍ଟ୍ରେଲିଆ ସ୍ଥିତ କ୍ୱିନ୍ସଲ୍ୟାଣ୍ଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରସିର୍ଚ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଧରଣର ଔଷଧ ପ୍ରସ୍ତୁତ କରାଯାଇଛି । ଫ୍ରାନ୍ସ ସ୍ଥିତ ଇନଫେକ୍ସନ୍ ଡିଜିଜ୍ ମୋଡେଲ୍ ଆଣ୍ଡ୍ ଇନୋଭେସନ୍ ଥେରାପିଜ୍ ସେଣ୍ଟରରେ ଉକ୍ତ ନୂଆ ଔଷଧକୁ ନେଇ ମୂଷା ଭଳି କିଛି ପ୍ରାଣୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଉଛି ଏବଂ ପରୀକ୍ଷଣ ଜାରି ରହିଛି ।

କେମିତି କାମ ଦେବ ନୂଆ ଔଷଧ:

‘ନେଚର୍ ସେଲ୍ ଡିସ୍କଭରୀ’ ପତ୍ରିକାରେ ପ୍ରକାଶି ଏକ ଅଧ୍ୟନ ଅନୁସାରେ ପ୍ରାଥମିକ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ନୂଆ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ଖୁବ୍ କମ୍ ରହିବ। ସେହିପରି ଏହି ଔଷଧକୁ ଘରର ସାଧାରଣ ତାପମାତ୍ରାରେ ସୁରକ୍ଷିତ ରଖାଯାଇପାରିବ । ଫଳରେ ଏହାର ବିତରଣ ନେଇ ବିଶେଷ ସମସ୍ୟା ରହିବନି । ସେହିପରି ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ପ୍ରଥମ ଔଷଧ କରୋନା ସଂକ୍ରମଣ ଆସିବା ପୂର୍ବରୁ ଦିଆଯିବ ଯାହାକି ଟିକାର ପ୍ରଭାବକୁ ଅଧିକ ବୃଦ୍ଧି କରିବାରେ ଏହା ସହାୟକ ହେବ । ଅନୁରୂପ ଭାବେ ଦ୍ୱିତୀୟ ଔଷଧ ସଂକ୍ରମିତ ବ୍ୟକ୍ତିଙ୍କୁ ଦିଆଯିବା ଫଳରେ ଏହା ଭୂତାଣୁକୁ ଶରୀରରେ ବ୍ୟାପିବାକୁ ଦେବନାହିଁ ।

ବରିଷ୍ଠ ଗବେଷକ ପ୍ରଫେସର୍ ସୁଧା ରାଓ କହିଛନ୍ତ ଯେ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଇଉଋ ୨ ଭଳି ଏକ ରାସାୟନିକ କଣିକା ଥିବା ଲକ୍ଷ୍ୟ କରାଯାଇଛି । ଏହି ଇଉଋ ୨ କୁ ହଟାଇଦିଆଯିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସଂକ୍ରମଣ ହେବାରୁ ସୁରକ୍ଷା ଦିଆଯାଇପାରୁଛି । ଏହି ନୂଆ ଔଷଧ ଏଭଳି ଦିଗରେ ଶରୀରରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.