fbpx

Whatsappର ନୂଆ ଫିଚର, ବିନା ନାମରେ ତିଆରି କରିପାରିବେ ଗ୍ରୁପ

ବର୍ତ୍ତମାନ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମେସେଜିଙ୍ଗ ଆପ ହେଉଛି ହ୍ୱାଟ୍ସଆପ । ଏଥିରେ ଭିଡିଓ କଲିଙ୍ଗର ଫିଚର ସହିତ ଆହୁରି ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଏହି ପ୍ଲାଟଫର୍ମରେ ୨ ବିଲିଅନରୁ ବି ଅଧିକ ଲୋକ ସାମିଲ ଅଛନ୍ତି । ଏହା ଦ୍ୱାରା ମେଟା କମ୍ପାନୀ ତରଫରୁ ମଧ୍ୟ ସବୁବେଳେ ୟୁଜରମାନଙ୍କ ପାଇଁ ନୂଆ ଫିଚର ଏବଂ ଅପଡେଟ ଆଣୁଛି । ଯାହା ଦ୍ୱାରା ୟୁଜର୍ସମାନେ ଲୋକମାନଙ୍କ ସହିତ ସହଜରେ କନେକ୍ଟ ହୋଇପାରିବେ । ଏବେ କମ୍ପାନୀ ୟୁଜର୍ସମାନଙ୍କ ପାଇଁ ଆଉ ଏକ ନୂଆ ଏବଂ ଦମଦାର ଫିଚର ଲଞ୍ଚ କରିଛି । ଯାହା ଦ୍ୱାରା ହ୍ୱାଟ୍ସଆପ ୟୁଜର୍ସ ଗ୍ରୁପ କରିବା ପାଇଁ କୌଣସି ନାମର ଆବଶ୍ୟକତା ପଡିବ ନାହିଁ । ଅର୍ଥାତ ଏବେ ବିନା ନାମରେ ଗ୍ରୁପ ତିଆରି କରି ଏହାକୁ ଚଳାଇପାରିବେ ୟୁଜର ।

ହ୍ୱାଟ୍ସଆପର ଏହି ଅପ୍ କମିଙ୍ଗ ଫିଚର ବିଷୟରେ ମେଟାର ସିଇଓ ମାର୍କ ଜୁକରବର୍ଗ ନିଜେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମେଟା ହ୍ୱାଟ୍ସଆପ ଜରିଅରେ ଏଚଡି ଫଟୋ ପଠାଇବାର ଫିଚର ମଧ୍ୟ ଅପଡେଟ ଦେଇଥିଲା । ଏହି ଫିଚରକୁ ନେଇ ହ୍ୱାଟ୍ସଆପ କହିଛି, ଯଦି ଆପଣ ନାମ ସହିତ ଗ୍ରୁପ କ୍ରିଏଟ କରିବାକୁ ଚାହାନ୍ତି, ତେବେ ଆପଣ ସେଥିରେ ୧,୦୨୪ ଲୋକଙ୍କୁ ସାମିଲ କରିପାରିବେ । କିନ୍ତୁ ବିନା ନାମରେ ଜଣେ ୟୁଜର ଗ୍ରୁପରେ ମାତ୍ର ୬ ଜଣଙ୍କୁ ସାମିଲ କରିପାରିବେ ୟୁଜର ।

ତେବେ ହ୍ୱାଟ୍ସଆପ ଏହି ଫିଚରକୁ ଲଞ୍ଚ କରିଥିଲେ ବି ଏହା ସାଧାରଣ ୟୁଜରଙ୍କ ପାଇଁ ରିଲିଜ୍ ହୋଇନାହିଁ । ଏବେ ଏହାକୁ ବିଟା ୟୁଜର୍ସମାନଙ୍କ ପାଇଁ ଜାରି କରଯାଇଛି । ଏଥିରେ ସଫଳତା ହାସଲ କରିବା ପରେ ଏହି ଫିଚର ଅନ୍ୟ ସମସ୍ତ ୟୁଜରଙ୍କ ପାଇଁ ରୋଲ ଆଉଟ କରାଯିବ ବୋଲି କହିଛି କମ୍ପାନୀ । ତେବେ ଭବିଷ୍ୟତରେ ଏହି ଗ୍ରୁପରେ ସାମିଲ କରାଯାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯିବ କି ନାହିଁ ତାହା ବିଷୟରେ କମ୍ପାନୀ କୌଣସି ସୂଚନା ଦେଇ ନାହିଁ ।

Get real time updates directly on you device, subscribe now.