fbpx

ଆକାଶ-ଏନଜି ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଶୁକ୍ରବାର ଓଡିଶା ଉପକୂଳ ଚାନ୍ଦୀପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ନୂତନ ଜେନେରେସନ୍ ଆକାଶ-ଏନଜି ମିସାଇଲର ସଫଳତାର ସହ ପରୀକ୍ଷଣ କରାଯାଇଛି । ସୂଚନା ଅନୁଯାୟୀ ବହୁଦେଶୀୟ ରାଡାର, କମାଣ୍ଡ, କଣ୍ଟୋଲ ଏବଂ ସଞ୍ଚାର ପ୍ରଣାଳୀରେ ଭଳି ସବୁ ପ୍ରକାର ହତିଆରରେ ନିହିତ ରହିଛି ଏହି ମିଶାଇଲ ।

ଗତ ଦୁଇ ଦିନ ମଧ୍ୟରେ ୩୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ଏହା ହେଉଛି ଦ୍ୱିତୀୟ ପରୀକ୍ଷଣ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ନୂତନ ଜେନେରେସନ୍ ଆକାଶ (ଆକାଶ-ଏନଜି) କ୍ଷେପଣାସ୍ତ୍ର ସକାଳ ୧୧:୪୫ ରେ ଓଡିଶା ଉପକୂଳବର୍ତ୍ତୀ ଚାନ୍ଦୀପୁରର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସଫଳତାର ସହ ପରୀକ୍ଷଣ କରାଯାଇଛି।

ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆଡିଓ, ଭାରତୀୟ ବାୟୁସେନା ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍) ଏବଂ ଭରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ୍) କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣରେ ଜଡିତ ଥିବା ଟିମ୍ ର ଉଦ୍ୟମକୁ ଡିଆରଡିଓ ଅଧ୍ୟକ୍ଷ ଜି ସତିଶ୍ ରେଡ୍ଡୀ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.