fbpx
BJD
BJD SKY
BJD SKY

ଟୋକିଓ ଅଲିମ୍ପିକ୍ ଉଦଘାଟନୀ ସମାରୋହ ଜାରି; ମେରିକମ୍ ଓ ମନପ୍ରୀତ୍ କଲେ ଭାରତୀୟ ଦଳର ନେତୃତ୍ୱ

BJD

ନୂଆଦିଲ୍ଲୀ: ଖେଳର ମହାକୁମ୍ଭ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ମହା ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବର୍ତମାନ କରୋନା ମହାମାରୀର କହର ଜାରି ରହିଥିବାରୁ ସତର୍କତା ପୂର୍ବକ ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ ଆରମ୍ଭ ହୋଇଛି । ବିଭିନ୍ନ ଆତସବାଜୀ ତଥା ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି କ୍ରୀଡା ସମାରୋହ । ସେପଟେ ଭାରତୀୟ ଖେଳାଳୀ ତଥା ଅନ୍ୟ ଦେଶର ଖେଳାଳୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳି ବଜାଇ ସେମାନଙ୍କ ସାହାସ ବଢ଼ାଇଲେ ।

ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ ଏବଂ ବକ୍ସିଂ ଲିଜେଣ୍ଡ ଏମ୍ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ବାଡ୍ଙ୍କୁ ଆଗକୁ ନେଇଥିଲେ । କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜାପାନର ସମ୍ରାଟ ନାରୁହିତୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଗ୍ରୀକ୍ ଅଲିମ୍ପିକ୍ ଦଳ ଷ୍ଟାଡିୟମରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲମ୍ପିକ ଉଦଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ ଯୋଗୁଁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ ।

ଉଦଘାଟନୀ ଉତ୍ସବରେ ଭାରତ ସମେତ ଆୟରଲାଣ୍ଡ ଦଳ, ଆଫଗାନିସ୍ତାନ, ଗ୍ରୀକ୍, ଆଇସଲାଣ୍ଡ, ଇଜିପ୍ଟ୍ ଦଳର ଖେଳାଳିମାନେ ନିଜ ନିଜ ଦେଶର ଜାତୀୟ ପତାକା ସହିତ ମାର୍ଚ୍ଚ କରିଥିଲେ । ଜାପାନ ସମ୍ରାଟ ନାରୁହିଟୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଆମେରିକାର ପ୍ରଥମ ଲେଡି ଜିଲ୍ ବିଡେନଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅଲିମ୍ପିକ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି।

Get real time updates directly on you device, subscribe now.