fbpx

ପଢିବା ପାଇଁ ଯାଆନ୍ତୁନି ପାକିସ୍ତାନ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

Advertisement

ନୂଆଦିଲ୍ଲୀ: ଭାରତୀୟ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ନେସନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କାଉନ୍ସିଲ ଅଫ ଇଣ୍ଡିଆ ଜାରି କରିଛନ୍ତି ନୂଆ ଗାଇଡଲାଇନ । ପାଠ ପଢିବା ପାଇଁ ପାକିସ୍ତାନ ଯିବାକୁ ଏକପ୍ରକାର ବାରଣ କରାଯାଇଛି । ପାକିସ୍ତାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଚାକିରି କିମ୍ବା ଉଚ୍ଚ ଶିକ୍ଷାର ସୁବିଧା ମିଳିବ ନାହିଁ ବୋଲି ଗାଇଡଲାଇନ ଜାରି ହୋଇଛି । ଏହା ପୂର୍ବରୁ ୟୁଜିସି ଏବଂ ଏଆଇସିଟିଇ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏ ନେଇ ନୋଟିସ ଜାରି କରିଥିଲା ।

ନେସନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କାଉନ୍ସିଲ ଅଫ ଇଣ୍ଡିଆ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଥିରେ ଡାକ୍ତରୀ କିମ୍ବା ଦନ୍ତ ଚିକିତ୍ସା ପାଇଁ ଶିକ୍ଷା ହାସଲ କରିବାକୁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି । ଭାରତର କୌଣସି ନାଗରିକ ପାକିସ୍ତାନର କୌଣସି ମେଡିକାଲ କଲେଜରୁ ଏମବିବିଏସ/ ବିଡିଏସ କିମ୍ବା ଅନ୍ୟ କୋର୍ସରେ ପ୍ରବଶ କରିବା ପାଇଁ ଇଚ୍ଛୁକ ଥାଆନ୍ତି, ତେବେ ଭାରତରେ ସେମାନଭ୍କୁ ଚାକିରି କିମ୍ବା ଉଚ୍ଚ ଶିକ୍ଷାର ସୁବିଧା ଦିଆଯିବ ନାହିଁ ।

ତେବେ ୨୦୧୮ ଡିସେମ୍ବର ପୂର୍ବରୁ ପାକିସ୍ତାନରେ ଡଗ୍ରୀ ହାସଲ କରି ସାରିଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରୁ ବାଦ ଦିଆଯିବ । କୌଣସି ପ୍ରବାସୀ ଭାରତୀୟ ନାଗରିକ କିମ୍ବା ସେମାନଙ୍କ ପିଲାମାନେ ପାକିସ୍ତାନରେ ଡିଗ୍ରୀ ବା ଉଚ୍ଚ ଶିକ୍ଷା ହାସଲ କରିଥିଲେ, ସେମାନେ ନେସନାଲ ଏଗଜିଟ ଟେଷ୍ଟରେ ଉପସ୍ଥିତ ହେବା ପାଇଁ ଯୋଗ୍ୟ ହେବେ ଏବଂ ନିଯୁକ୍ତି ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.