fbpx

ରିଦ୍ଧିମାନ ସାହାଙ୍କୁ ଧମକ ଦେବା ପଡିଗଲା ମହଙ୍ଗା: ସାମ୍ବାଦିକଙ୍କ ଉପରେ ୨ ବର୍ଷ ପାଇଁ ବ୍ୟାନ ଲଗାଇଲା ବିସିସିଆଇ

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହାଙ୍କୁ ଧମକ ଦେଇ ଫସିଗଲେ ସାମ୍ବାଦିକ । ବିସିସିଆଇ ଏହି ସାମ୍ବାଦିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୨ ବର୍ଷ ପାଇଁ ତାଙ୍କୁ ବ୍ୟାନ ଅର୍ଡର ଦେଇଥିବା ଜଣାପଡିଛି । ବିସିସିଆଇର ରାଜୀବ ଶୁକ୍ଳା, ଅରୁଣ ସିଂହ ଏବଂ ପ୍ରଭତେଜ ଭାଟିଆଙ୍କ ନେଇ ଗଠନ ହୋଇତିବା ବୈଠକରେ ରିଦ୍ଧିମାନଙ୍କ ମାମଲାର ଯାଞ୍ଚ କରାଯାଇଥିଲା । ଏଥିରେ ସାମ୍ବାଦିକ ବୋରିଆ ମଜୁମଦାର ଦୋଷୀ ବୋଲି ସାବ୍ୟସ୍ତ ହୋଇଛନ୍ତି ।ଏହାପରେ ତାଙ୍କ ଉପରେ ୨ ବର୍ଷ ପାଇଁ ବ୍ୟାନ ଆଦେଶ ଜାରି ହୋଇଛି ।

ବିସିସିଆଇର ଏହି ନିଷ୍ପତ୍ତି ପରେ ବୋରିଆ ଏବେ କୌଣସି ଷ୍ଟାଡିୟମକୁ ଯିବା ପାଇଁ ଅନୁମତି ପାଇ ପାରିବେ ନାହିଁ । ଏହା ସହିତ ବିସିସିଆଇ ଦ୍ୱାରା ଜଡିତ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ସେ ସାମିଲ ହୋଇପାରିବେ ନାହିଁ । ସେହିପରି ଖେଳାଳିମାନଙ୍କୁ ମଧ୍ୟ ବୋରିଆ ମଜୁମଦାରଙ୍କ ସହ ମିଶିବା ପାଇଁ ବାରଣ କରାଯାଇଛି ।

ସୂଚନା ଅନୁସାରେ, ଭାରତୀୟ ଟେଷ୍ଟ ଟିମରୁ ରିଦ୍ଧିମାନ ସାହାଙ୍କୁ ବାଦ ଦେବା ପରେ ବୋରିଆ ମଜୁମଦାର ଏ ନେଇ ସାହାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ । ସାହାଙକ୍କର ଏକ ଇଣ୍ଟରଭ୍ୟୁ ନେବାକୁ ପ୍ରସ୍ତାବ ଦେଇଥିଲେ ବୋରିଆ । କିନ୍ତୁ ରିଦ୍ଧିମାନ ସାହା ଏହାକୁ ମନା କରି ଦେଇଥିଲେ । ଏହି କଥାରେ ଉତ୍ୟକ୍ତ ହୋଇ ବୋରିଆ ମଜୁମଦାର ରିଦ୍ଧିମାନ ସାହାଙ୍କ କେବେ ଇଣ୍ଟରଭ୍ୟୁ ନକରିବା ପାଇଁ ଧମକ ଦେଇଥିଲେ । ତେବେ ଏହାର ପରିଣାମରେ ସେ ଦୁଇ ବର୍ଷ ବ୍ୟାନ ହୋଇଛନ୍ତି ।

Get real time updates directly on you device, subscribe now.