fbpx
BJD
BJD SKY
BJD SKY

ବାରରେ ନାବାଳିକା ନିୟୋଜିତ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ; ଅବକାରୀ ବିଭାଗ

BJD

ଭୁବନେଶ୍ୱର; ବାର ମାଲିକଙ୍କୁ ସତର୍କ ସୂଚନା ଦେଇଛି ଅବକାରୀ ବିଭାଗ । ଏଣିକି ଆକ୍ସନ ମୋଡ ନେବ ଭୁବନେଶ୍ୱର ଅବକାରୀ ବିଭାଗ । ବହୁ ଚର୍ଚ୍ଚିତ ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି । ଯଦି ବାରରେ ନାବାଳକା ନିୟୋଜିତ ରହିଥିବେ ତାହାଲେ ବାର ମାଲିକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ କାର୍ଯ୍ୟରେ ଲଗାଇ ପାରିବେ ନାହିଁ ବାର ମାଲିକ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡ ପ୍ରଦୀପ ପଟ୍ଟନାୟକ । ଖୁବଶୀଘ୍ର ଭୁବନେଶ୍ୱରରେ ଥିବା ସମସ୍ତ ଡାନ୍ସ ବାରରେ ଆତର୍କିତ ଚଢାଉ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏଥିପାଇଁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି ।

ସୂଚନାରୁ ପ୍ରକାଶ ଯେ, ରାଜଧାନୀରେ ୧୮ ବାରରେ ୨୧୬ ଜଣ ମହିଳା କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ବାରରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା କର୍ମଚାରୀଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଉକ୍ତ ଡାନ୍ସ ବାର ବନ୍ଦ କରାଯିବା ନେଇ ସତର୍କ ସୂଚନା ଜାରି କରାଯଇଛି ।

Get real time updates directly on you device, subscribe now.