fbpx
BJD
BJD SKY
BJD SKY

ଦେଶ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଲେବର କୋର୍ଡ, ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଜୁଲାଇ ୧ତାରିଖରୁ ସାରା ଦେଶରେ ନୂଆ ଲେବର କୋର୍ଡ ପ୍ରଚଳନ କରାଯିବାର ଥିଲା । କିନ୍ତୁ କିଛି ରାଜ୍ୟ ଏହା ଉପରେ ସହମତି ହୋଇପାରିନଥିଲେ । ନୂଆ ଲେବର କୋର୍ଡ ଅନୁଯାୟୀ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଅର୍ଥାତ କାମ କରିବାର ଆଗରୁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ଏବେ ତାହାକୁ ବଢ଼ାଇ ଦିଆଯିବ ।

ନୂଆ ନିୟମ ଅନୁଯାୟୀ ଏବେ ୧୨ଘଣ୍ଟା କାମ କରିବାକୁ ହେବ । କିନ୍ତୁ ଖୁସି ଖବର ଏହିକି ଆପଣଙ୍କୁ ସପ୍ତାହର ୩ଦିନ ଛୁଟି ମିଳିବ । ଅର୍ଥାତ ୪ଦିନ କାମ କରିବାକୁ ହେବ । ତାଜା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏହି ନିୟମରେ ୨୩ ରାଜ୍ୟ ନିଜର ସହମତି ଜଣାଇଛନ୍ତି । ତେଣୁ ଆଶା କରାଯାଉଛି ଖୁବ୍‌ଶୀଘ୍ର ନୂଆ ଲେବର କାର୍ଡ ଦେଶରେ ପ୍ରଚଳିତ ହେବ ।

Get real time updates directly on you device, subscribe now.