fbpx

ଅଗଷ୍ଟ ୨୩ରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ୨୩ ତାରିଖରୁ ପୁଣି ଥରେ ଏଲ୍‌ଏଲ୍‌ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲ୍‌ଏଲ୍‌ ଆବେଦନ କାମ ଆରମ୍ଭ କରିବେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଗତ ୧୧ ତାରିଖରୁ ଏଲ୍‌ଏଲ୍‌ ପାଇଁ ପରୀକ୍ଷା ଆରମ୍ଭ କରିବାକୁ ଏସ୍‌ଟିଏ ପକ୍ଷରୁ କୁହାଯାଇଥିଲା । ବୁକିଂ ହୋଇଥିବା ସ୍ଲଟର ୫୦%କୁ ନେଇ ଏହି ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଆସନ୍ତା ୨୩ ତାରିଖରୁ ନୂଆ ଏଲ୍‌ଏଲ୍‌ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରତ୍ୟେକ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.