fbpx
BJD SKY
BJD SKY

ହାର୍ଟ ଡ୍ୟାମେଜ ଓ Sleep Apnea ଚିକିତ୍ସା ପାଇଁ ଟେଷ୍ଟ ହେଲା ନୂଆ ମେଡିସିନ: ନ୍ୟୁଜିଲାଣ୍ଡ ବୈଜ୍ଞାନିକଙ୍କ ବଡ଼ ସଫଳତା

BJD

ନୂଆଦିଲ୍ଲୀ: ସମୟ ଯେତିକି ବଦଳୁଛି, ମଣିଷ ଆଗରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି । ଖାଦ୍ୟପେୟ, ଲାଇଫଷ୍ଟାଇଲ ପରିବର୍ତ୍ତନ କାରଣରୁ ମଣିଷ ଆଜି ଅନେକ ଗମ୍ଭୀର ରୋଗର ଶିକାର ପାଲଟୁଛି । ତେବେ ଆଜିର ସମୟରେ ହ୍ୟାର୍ଟ ଡ୍ୟାମେଜ ଏକ ଭୟଙ୍କର ବିମାରୀ । ନିକଟରେ ବୈଜ୍ଞାନିକମାନେ ଏକ ନୂଆ ମେଡିସିନର ବିକାଶ କରିଛନ୍ତି । ଏହି ମେଡିସିନ ଦ୍ୱାରା ହ୍ୟାର୍ଟ ଫେଲୁଅର ଓ ସ୍ଲିପ ଏପନିଆ ସହ ଜଡ଼ିତ ବୀମାରର ଚିକିତ୍ସା ସମ୍ଭବ ହୋଇ ପାରିବ ।

ନ୍ୟୁଜିଲାଣ୍ଡର ଅକଲାଣ୍ଡ ୟୁନିଭରସିଟି ପକ୍ଷରୁ ଏହି ଡ୍ରଗ ପରୀକ୍ଷଣ କରାଯାଇଛି । ଏହି ଡ୍ରଗର ନାମ ହେଉଛି ‘ଏଫ-୧୩୦’ । ଏହା ହାର୍ଟର କାର୍ଯ୍ୟଦକ୍ଷତାକୁ ବିକଶିତ କରିପାରିବ ବୋଲି ଗବେଷଣମାନେ ଜାଣିପାରିଛନ୍ତି । ସେହିପରି ଏହି ଡ୍ରଗ ଅନ୍ୟ ଏକ ରୋଗ ସ୍ଲିପ ଏପନିଆକୁ ମଧ୍ୟ ଦୂରେଇବାରେ ସମାନ ମାତ୍ରାରେ ଉପଯୋଗୀ ହୋଇ ପାରିବ । ସ୍ଲିପ ଏପନିଆ ପାଇଁ ଏବେ କୌଣସି ଡ୍ରଗ ଉପଲବ୍ଧ ନଥିବା ବେଳେ ଏହି ନୂଆ ମେଡିସିନ ଏ କ୍ଷେତ୍ରରେ ସହାୟକ ହୋଇ ପାରିବ ।

ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସେ, ତା’ପରେ ଦିଲ ଫେଲୁଅର ହୋଇଥାଏ । ମସ୍ତିଷ୍କରୁ ହୃଦୟ ପର୍ଯ୍ୟନ୍ତ ତନ୍ତ୍ରିକାର ଗତିବିଧିକୁ କମ୍ କରିପାରୁଥିବା ଏହା ପ୍ରଥମ ଡ୍ରଗ ବୋଲି ରିସର୍ଚ୍ଚରେ ଖୁଲାସା କରାଯାଇଛି । ହାର୍ଟ ଫେଲୁଅର ନେଇ ଗତ ଦଶନ୍ଧି ମଧ୍ୟରେ ଏକାଧିକ ଡ୍ରଗ ବିକଶିତ କରାଯାଇଥିଲା । ମାତ୍ର ଏହି ନୂଆ ମେଡିସିନ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ହାର୍ଟ ଫେଲୁଅର କ୍ଷେତ୍ରରେ ଏହି ବିରଳ ଉପାୟ ବିପରୀତ ଭାବେ କାର୍ଯ୍ୟ କରୁଥିବାରୁ ଏହା ନିଶ୍ଚିତ ଭାବେ ଉତ୍ସାଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.