fbpx

ଯୁବତୀଙ୍କୁ ଗୁଳିମାଡ ଘଟଣାରେ ନୂଆ ମୋଡ, ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ପ୍ରେମ ସପ୍ତାହରେ ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ ଘଟଣା ନେଇଛି ଭିନ୍ନ ମୋଡ । ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁ ଖେଳୁ ଗୁଳି ଫୁଟିଥିଲା । ଏନେଇ ଟ୍ୱିଟ୍ ଜରିଆରେ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆହତ ଯୁବତୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକକୁ ପଚରାଉଚରା ପରେ ତାଙ୍କ ଗିରଫ କରିଥିଲା ପୋଲିସ । ଆଶିଷ ନାଁରେ ପୂର୍ବରୁ ବହୁ ଅପରାଧିକ ରେକର୍ଡ ରହିଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଅନ୍ୟପଟେ ଗୁରୁତର ଛାତ୍ରୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଆଜି ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଥିଲା । ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଥିଲା । ଆହତ ହୋଇଥିବା ଯୁବତୀ ଜଣକ ଭୁବନେଶ୍ୱରେ ଫ୍ୟାସନ୍ ଡିଜାଇନ୍ ପଢୁଥିବା ଜଣାପଡିଛି । ଗୁରୁତର ଛାତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵରର ସୋନାଲି ଦାସ | ଚିକିତ୍ସା ପାଇଁ ପୋଲିସ ପାଣ୍ଠିରୁ ଦିଆଗଲା ୨୫,୫୦୦ ଟଙ୍କାର ସହାୟତା ତାଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.