fbpx
BSKY SKY
BSKY SKY

ଆଜିଠୁ ଜରୁରୀ ସାମଗ୍ରୀ ଓ ସେବା ପ୍ରଦାନରେ ବାଧକ ହେଲେ ଜେଲ ଓ ଜରିମାନା

BSKY

ଭୁବନେଶ୍ୱର, ୯ I୪(ଓଡ଼ିଶା ଭାସ୍କର):କରୋନା ପାଇଁ ରାଜ୍ୟ ସରକାରଙ୍କ ଅର୍ଡିନାନ୍ସ ପାସ । ରାଜ୍ୟସରକାର ମହାମାରୀ ବ୍ୟାଧି ଅଧ୍ୟାଦେଶ ୨୦୨୦କୁ ପାରିତ କରିଛନ୍ତି । ବିଧାନସଭା ଅଧିବେଶନ ଚାଲୁନଥିବାରୁ ଅଧ୍ୟାଦେଶର ଗୁରୁତ୍ୱ ଅନୁଭବ କରି ରାଜ୍ୟପାଳ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଯାହାଫଳରେ ମହାମାରୀ ବ୍ୟାଧି ସଂଶୋଧନ ୨୦୨୦ ଆଇନ ୧୮୯୭ରେ ସଂଶୋଧନକୁ ଲାଗୁ କରାଯାଇଛି । ନୂଆ ଆଇନ ଅନୁଯାୟୀ ଏହି ଅଧ୍ୟାଦେଶ ମହାମାରୀ ବ୍ୟାଧି୨୦୨୦ ନାମରେ ନାମିତ । ଏହା ଅନୁଯାୟୀ ଜାରୁରୀ ସାମଗ୍ରୀ ଓ ସେବା ସଂଗ୍ରହ ଅବ୍ୟାହତ ରହିବ । ଯେକେହି ଏହାର ବିରୋଧ ବା ପାଳନ ନକରେ ତେବେ ତାଙ୍କ ଧତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବା ତାକୁ ୨ର୍ଷର ଜେଲ ଓ ୧୦ ହଜାରଟଙ୍କାର ଜରିମାନା ବା ଉଭୟ ହୋଇପାରେ । ରାଜ୍ୟସରକାର ବର୍ତ୍ତମାନ ବା ଭବିଷ୍ୟତରେ ସଂପୃକ୍ତ ବ୍ୟକ୍ତି ବା ସଂସ୍ଥା ବ୍ୟକ୍ତି ବିରୋଧରେ ଏହାକୁ ଲାଗୁ କରିବେ ।

Get real time updates directly on you device, subscribe now.