fbpx

ମଦ ମିଳୁନି କି ? ଜାଣନ୍ତୁ କିପରି ଘରେ ରହି ପାଇବେ ମଦ ।

ଆରମ୍ଭ ହେବ ମଦ ହୋମ ଡେଲିଭରି । କରେଳ ଢ଼ାଂଚାରେ ଏବେ ପଶ୍ଚିମବଂଗ ସରକାର । ଘରେ ବସି ଅର୍ଡର ଦେବେ ମାତ୍ର କେଇ ମିନିଟରେ ଘରେ ପଂହଚିବ ମଦ । ପଶ୍ଚିମବଂଗ ସରକାର ଏବେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ରାଜ୍ୟ ଅବକାରୀ ବିଭାଗ ମଦ ଦେକାନୀ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିଷ୍ପତ୍ତି ମୁତାବକ ରିଟେଲ ମଦ ଦେକାନୀ ମାନଙ୍କୁ ପାସ୍ ଇସ୍ୟୁ କରାଯିବ ।ସେମାନେ ସେମାନଙ୍କ ସ୍ଥାନୀୟ ଥାନାରୁ ଏଥିପାଇଁ ୩ଟି ପାସ ପାଇପାରିବେ । ଗରାଖମାନେ ଫୋନରେ ଅର୍ଡର ଦେବେ । ଅର୍ଡର ଦେବାର କିଛି ସମୟ ପରେ ହୋମ ଡେଲିଭରି ହେବ । ଲକ୍ଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । କିନ୍ତୁ ଏହି ଖବର ଭାଇରାଲ ହେବା ପରେ ପଶ୍ଚିମବଂଗ ମୁଖ୍ୟଶାସନ ସଚିବ ଏହାକୁ ଅସ୍ୱୀକାର କରିଛନ୍ତି । ଏଭଳି କୈାଣସି ନିଷ୍ପତ୍ତି ନିଆଯାଇନଥିବା ସେ କହିଛନ୍ତି । ରାଜ୍ୟରେ କେବଳ ମିଠା ଦୋକାନୀଙ୍କ ପାଇଁ ଏହି ସର୍ତ୍ତ ଲାଗୁ ହୋଇଥିବା ସେ ସ୍ପଷ୍ଠ କରିଛନ୍ତି ।

Get real time updates directly on you device, subscribe now.