fbpx

ଟ୍ୱିନ ସିଟି ପାଇଁ ନୂଆ ଋଣନୀତି, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକ-ଭୁବନେଶ୍ୱରରେ କୋରୋନା ସ୍ଥିତି ନେଇ ନୂଆ ରଣନୀତି ପ୍ରସ୍ତୁତ ହୋଇଛି । ଏନେଇ ଡିଜିପି ଅଭୟ ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡ ଯାଞ୍ଚ ପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି । ଯାଞ୍ଚ ପାଇଁ ଅଧିକ ୫୦ ଅଫିସର ଏବଂ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରିବେ । ଟ୍ୱିନ୍ ସିଟିର ପୋଲିସଙ୍କୁ ଅଧିକ ପିପିଇ କିଟ୍ ଦିଆଯିବ ।’

ଏହା ସହ ଡିଜିପି କହିଛନ୍ତି ଯେ, ‘କରୋନା ଆକ୍ରାନ୍ତ ପୋଲିସକୁ ଯୋଗାଯିବ ଉନ୍ନତ ଚିକିତ୍ସା । ସାପ୍ତାହିକ ଛୁଟିରେ କଟକ-ଭୁବନେଶ୍ୱରରେ ଅଧିକ ପୋଲିସ ମୁତୟନ ହେବେ । ବଜାରରେ ଏବଂ ହଟସ୍ପଟରେ କଡ଼ାକଡ଼ି ହେବ କୋଭିଡ ଯାଞ୍ଚ ।’ ତେବେ ଏହି ବୈଠକରେ ୨ ଡିସିପି, ପୋଲିସ କମିସନର, ଆଇନ ଶୃଙ୍ଖଳାର ଆଇଜି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.