fbpx

ଫିଲ୍ମ ଫଠାନର ନୂଆ ପୋଷ୍ଟରକୁ ନେଇ ଫ୍ୟାନ୍ସଙ୍କ ପ୍ରତିକ୍ରୀୟା; ରିଲିଜ ଡେଟ୍ ଘୋଷଣା କରିବାକୁ କହିବା ସହ କହିଲେ…

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ଫିଲ୍ମ ପଠାନ ଅନେକ ମାସ ଧରି ଚର୍ଚ୍ଚାରେ ରହି ଆସିଛି । ଫିଲ୍ମ ସେଟ ଠାରୁ ଆରମ୍ଭ କରି ଶାହାରୁଖଙ୍କ ଲୁକର ଫଟୋ ସବୁକିଛି ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଫଳରେ ଏହାକୁ ନେଇ ପ୍ରଶଂସକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିବା ବେଳେ ରିଲିଜ୍ ତାରିଖ ବିଷୟରେ ବିତର୍କ କରନ୍ତି । ଏହି ସମୟରେ ନିର୍ମାତାମାନେ ଫିଲ୍ମର ନୂଆ ପୋଷ୍ଟର ପ୍ରଶଂସକଙ୍କ ସାମ୍ନାରେ ରଖିଛନ୍ତି । ଯାହାକୁ ନେଇ ଫୁଣିଥରେ ଟ୍ରୋଲ ହୋଇଛି ଫଠାନ ଫିଲ୍ମ । ତେବେ ପ୍ରଶଂସକମାନେ ଖୁବ୍ ଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ୍ କରିବାକୁ କହିଥିବା ବେଳେ ପ୍ରଶଂସକମାନେ ଫିଲ୍ମର ନୂତନ ଗୀତର ତାରିଖ ସେୟାର କରିବାକୁ କହୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ପଠାନ ୨୦୨୩ ମସିହାରେ ଜାନୁୟାରୀ ୨୫ ରେ ମୁକ୍ତିଲାଭ କରିବାକୁ ଯାଉଛି । ଯେଉଁ କାରଣରୁ ନିର୍ମାତାମାନେ ସୋ’ର ନୂଆ ପୋଷ୍ଟର ସେୟାର କରୁଛନ୍ତି । ଏଥିସହିତ ନୂତନ ପୋଷ୍ଟରରେ ନିର୍ମାତାମାନେ, ଗେଟ୍, ସେଟ୍ ବୁମ୍! କ୍ୟାପସନ୍ ଦେଇଛନ୍ତି । ଏଥିସହିତ ନିର୍ମାତାମାନେ ଏହା ମଧ୍ୟ ଲେଖିଛନ୍ତି ଯେ ଆପଣମାନେ ନିକଟରେ ଥିବା ସିନେମା ଘରର ବଡ ପରଦାରେ #YRF50 With #Pathaan ପାଳନ କରନ୍ତୁ । ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରୁଛି। ଏଥି ସହିତ, ଏହି ନୂତନ ପୋଷ୍ଟରରେ ଥିବା କିଙ୍ଗ ଖାନ୍ ଙ୍କ ଫଟୋରୁ ପ୍ରଶଂସକଙ୍କ ଆଖି ହଟୁ ନଥିବା ବେଳେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି ।

କିନ୍ତୁ ଗୋଟିଏ ପରେ ଗୋଟିଏ ପୋଷ୍ଟର ଦେଖି ଅନ୍ୟ କିଛି ପ୍ରଶଂସକଙ୍କ କ୍ରୋଧ ବଢିବା ସହ ଏହାକୁ ନେଇ ସେମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ତେବେ ଏହି ପୋଷ୍ଟରେ କିଛି ୟୁଜର୍ସ ସେମାନଙ୍କ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି ଯେ ଗୀତ କେବେ ଆସିବ । ସେହିପରି ଅନ୍ୟ ୟୁଜର୍ସମାନେ ମଧ୍ୟ ଗୀତଟିକୁ ଯଥାଶୀଘ୍ର ମୁକ୍ତିଲାଭ କର ବୋଲି ଲେଖିଛନ୍ତି, । ଅନ୍ୟପକ୍ଷେ ଫଠାନ ଫିଲ୍ମର ରିଲିଜ ହୋଇଥିବା ନୂତନ ପୋଷ୍ଟରରେ ଅନେକ ୟୁଜର୍ସ କମେଣ୍ଟ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଗୀତ କାହିଁକି ରିଲିଜ୍ ହୋଇନାହିଁ ବୋଲି ଫିଲ୍ମ ନିର୍ମାତାମାନଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଫଟାନ ଫିଲ୍ମର ନୂତନ ପୋଷ୍ଟର ରିଲିଜ ପରେ ଫୁଣି ଥରେ ଟ୍ରୋଲର ଶିକାର ହୋଇଛି ଏହି ଚଳଚ୍ଚିତ୍ର ।

Get real time updates directly on you device, subscribe now.