fbpx

ପୁଣି ହେଲା ନୂଆ ଖୁଲାସା: ଇଣ୍ଡିଆ ଗେଟରେ ବଣ୍ଟାଯାଇଥିଲା ସ୍ମଗ୍ ବମ୍, ୨ ଜଣ ଅଭିଯୁକ୍ତ ପାଇଥିଲେ ଦର୍ଶକ ପାସ୍

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନରେ ଦେଖାଦେଇଥିବା ବଡ଼ଧରଣର ସୁରକ୍ଷା ତ୍ରୁଟିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ସଂସଦର କଡ଼ା ସୁରକ୍ଷାକୁ ଭେଦ କରିବା ପଛରେ ୬ ଜଣଙ୍କ ନାମ ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନେ ୪ଟି ଅଲଗା ଅଲଗା ରାଜ୍ୟର ବୋଲି କୁହାଯାଉଛି । ତେବେ ଏହା ମଧ୍ୟରେ ପୁଣି କିଛି ନୂଆ ଖୁଲାସା ହୋଇଛି ।

ସୂତ୍ର ମୁତାବକ, ଲୋକସଭାର ସୁରକ୍ଷା କବଚକୁ ଚ୍ୟାଲେଞ୍ଜ କରି ବେଆଇନ ଭାବେ ପ୍ରବେଶ କରିଥିବା ସମସ୍ତ ଅଭିଯୁକ୍ତ ସୋସିଆଲ ମିଡ଼ିଆ ପେଜ ‘ଭଗତ ସିଂହ ଫ୍ୟାନ କ୍ଲବ’ର ସଦସ୍ୟ ଅଟନ୍ତି । ପାଖପାଖି ଦେଢ଼ ବର୍ଷ ପୂର୍ବେ ସମସ୍ତେ ମୌସୁରରେ ଏକତ୍ର ହୋଇଥିଲେ ଓ ୯ ମାସ ପରେ ସେମାନେ ପୁଣି ଥରେ ଏକତ୍ର ହେବା ସହ ଲୋକସଭାକୁ ଧସେଇ ପଶିବାକୁ ପ୍ଲାନ କରିଥିଲେ । ଗତ ୧୦ ତାରିଖରେ ସମସ୍ତେ ନିଜ ନିଜ ରାଜ୍ୟରୁ ଦିଲ୍ଲୀ ପହଞ୍ଚିଥିଲେ । ସେହିଦିନ ରାତିରେ ସେମାନେ ଗୁରୁଗ୍ରାମର ଜଣେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ ।

ଜଣେ ଅଭିଯୁକ୍ତ ମହାରାଷ୍ଟ୍ରରୁ ସ୍ମଗ ଆଣିଥିଲା । ସମସ୍ତ ୫ ଜଣ ଅଭିଯୁକ୍ତ ଇଣ୍ଡିଆ ଗେଟରେ ଏକତ୍ର ହେବା ସହ ସମସ୍ତଙ୍କୁ ରଙ୍ଗୀନ ବାଣ ବଣ୍ଟାଯାଇଥିଲା । ଦୁଇ ଜଣ ଅଭିଯୁକ୍ତ ସଂସଦ ଭବନ ଭିତରେ ପ୍ରବେଶ କରିଥିଲେ । ଏହି ସମୟରେ ଜଣେ ଅଭିଯୁକ୍ତ ବାହାରେ ରହି ଭିଡିଓ ରେକର୍ଡ କରୁଥିଲା ଓ ହଙ୍ଗାମା ହେବା ପରେ ସେ ସମସ୍ତଙ୍କର ମୋବାଇଲ ଧରି ପଳାଇ ଯାଇଥିଲା । ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ସାଗର ଶର୍ମା ଜଣେ ସାଂସଦଙ୍କ ଠାରୁ ଦର୍ଶକ ପାସ ପାଇଥିଲା । ସାଗରର ବାପା ଉକ୍ତ ସାଂସଦଙ୍କର ନିର୍ବାଚନ ମଣ୍ଡଳୀର ଜଣେ ବାସିନ୍ଦା ହୋଇଥିବା ବେଳେ ସେ ସଂସଦ ଭବନ ପରିଦର୍ଶନ ପାଇଁ ଏକ ପାସ୍ ଦେବାକୁ ଅନୁରୋଧ କରିôଥଲେ । ସେହିପରି ଆଉ ଜଣେ ଅଭିଯୁକ୍ତ ମନୋରଞ୍ଜନ ଡି ମଧ୍ୟ ସାଂସଦଙ୍କ ପ୍ରଦତ୍ତ ପାସ ଯୋଗେ ଲୋକସଭାକୁ ପ୍ରବେଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.