fbpx

ଇସରାଏଲ ବୈଦେଶିକ ମନ୍ତ୍ରୀ: ଆନ୍ତର୍ଜାତିକ ସମର୍ଥନ ମିଳୁ ବା ନ ମିଳୁ ଗାଜାରେ ଯୁଦ୍ଧ ଜାରି ରହିବ

ଆନ୍ତର୍ଜାତିକ ସମର୍ଥନ ମିଳୁ କିମ୍ବା ନ ମିଳୁ, ଗାଜାରେ ଯୁଦ୍ଧ ବଜାୟ ରହିବ ବୋଲି ଇସରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ ବୁଧବାର କହିଛନ୍ତି । ଇସରାଏଲ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଇସରାଏଲ ପରିଦର୍ଶନ ପାଇଁ ଆସିଥିବା ଜଣେ କୂଟନୀତିଜ୍ଞକୁ କୋହେନ ଏକଥା କହିଛନ୍ତି ।

ମଙ୍ଗଳବାର, ଗାଜାରେ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଘୋଷଣା ଦାବି ନେଇ ଜାତିସଂଘ ମହାସଭାରେ ଆଗତ ପ୍ରସ୍ତାବକୁ ବିପୁଳ ଭୋଟରେ ଗୃହିତ ହେବା ମିଳିବା ପରେ ଇସରାଏଲ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଅସ୍ତ୍ରବିରତି ଘୋଷଣା କରିବା ଆତଙ୍କବାଦୀ ସଂଗଠନ ହମାସ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ସମୟରେ ସେମାନେ ପୂନର୍ବାର ଇସରାଏଲବାସୀଙ୍କୁ ଧମକ ଦେଇପାରିବେ । ଅସ୍ତ୍ରବିରତି ପାଇଁ ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଇସରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ‘ଶେଷ ପର୍ଯ୍ୟନ୍ତ ଆମେ ଯୁଦ୍ଧ ଜାରି ରଖିବୁ । କେହି ଆମକୁ ବାଧା ଦେଇ ପାରିବେ ନାହିଁ । ଏତେ କଷ୍ଟ ଏବଂ ଆନ୍ତର୍ଜାତିକ ଚାପରେ ଥାଇ ମଧ୍ୟ ମୁଁ ଏକଥା କହୁଛି । ଯୁଦ୍ଧର ଶେଷ ପରିଣତି, ବିଜୟ ପର୍ଯ୍ୟନ୍ତ ଆମେ ଯୁଦ୍ଧ କରିବୁ, ପଛଘୁଞ୍ଚା ଦେବୁ ନାହିଁ ।’

Get real time updates directly on you device, subscribe now.