fbpx

ନୂଆବର୍ଷ ପାଇଁ ଆପଣ ଘରେ କେତେ ମଦ ରଖିପାରିବେ ? ଜାଣନ୍ତୁ କ’ଣ ରହିଛି ନିୟମ…

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ପରେ ବିଦାୟ ନେବ ପୁରୁଣା ବର୍ଷ, ନୂଆ ବର୍ଷ-୦୨୪କୁ ସ୍ୱାଗତ କରିବା ପାଇଁ ହୃଦୟର ସହ ପ୍ରସ୍ତୁତ ହେଲେଣି ଲୋକେ। ଏବେଠାରୁ ନୂଆବର୍ଷକୁ ନେଇ ଅନେକ ଉତ୍ସବ ପାଳନ କରାଯାଉଛି। ନୂଆବର୍ଷ ପାଳନ ପାଇଁ ଅନେକ ଲୋକ ପାର୍ଟି କରନ୍ତି। ଯଦି ଆପଣ ନିଜ ଘରେ ନୂଆବର୍ଷ ପାର୍ଟିର ଆୟୋଜନ କରିବାକୁ ଚାହୁଁଛନ୍ତି ତେବେ ଆଗରୁ ମଦ ରଖିବାର ନିୟମ ଜାଣିବା ଦରକାର । ଯଦିଓ ଲୋକମାନେ ଘରେ ମଦ ରଖନ୍ତି ନାହିଁ, କିନ୍ତୁ ଯଦି ଆପଣ ନୂଆବର୍ଷ ପାର୍ଟିରେ ଅତିଥିମାନଙ୍କ ପାଇଁ ମଦ ରଖିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କହୁଛୁ ଯେ ଆପଣ ଘରେ କେତେ ମଦ ରଖିପାରିବେ ।

ଦିଲ୍ଲୀ ହାଇକୋର୍ଟଙ୍କ କହିବା ଅନୁଯାୟୀ ଆପଣଙ୍କୁ ଘରେ ମଦ ରଖିବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀ ବିଷୟରେ କହିବାକୁ ଗଲେ ଯଦି ଆପଣଙ୍କ ବୟସ ୨୫ ବର୍ଷରୁ ଅଧିକ ତେବେ ଆପଣ ଘରେ ୯ ଲିଟର ହ୍ୱିସ୍କି, ରମ୍ କିମ୍ବା ଭୋଡକା ରଖିପାରିବେ । ଏହା ବ୍ୟତୀତ ଦିଲ୍ଲୀବାସୀ ନିଜ ଘରେ ୧୮ ଲିଟର ବିୟର କିମ୍ବା ମଦ ମଧ୍ୟ ରଖିପାରିବେ । ଏହି ଷ୍ଟୋରେଜକୁ ଦେଖି ଆପଣ ନୂଆ ବର୍ଷରେ କେତେ ବଡ ପାର୍ଟି କରିବାକୁ ଚାହୁଁଛନ୍ତି ତାହା ଅନୁମାନ କରିପାରିବେ ।

ପଞ୍ଜାବରେ ମଧ୍ୟ ମଦ୍ୟପାନ କରିବାର ବହୁତ ମଜା ରହିଛି । ଯଦି ଆପଣ ପଞ୍ଜାବରେ ନୂଆବର୍ଷ ପାର୍ଟି କରୁଛନ୍ତି ତେବେ ଆପଣ ଘରେ କେବଳ ଦୁଇଟି ବୋତଲ ଦେଶୀ କିମ୍ବା ବିଦେଶୀ ମଦ ରଖିପାରିବେ । ହରିୟାଣାରେ ୬ ବୋତଲ ଦେଶୀ ମଦ ଓ ୧୮ ବୋତଲ ବିଦେଶୀ ମଦ ଘରେ ଗଚ୍ଛିତ ରହିପାରିବ। ଯଦି ଆପଣଙ୍କୁ ଏହାଠାରୁ ଅଧିକ ମଦ ଗଚ୍ଛିତ ରଖିବାକୁ ପଡିବ ତେବେ ଆପଣଙ୍କୁ ମାସକୁ ୨୦୦ ଟଙ୍କା ଚାର୍ଜ ଦେଇ ଲାଇସେନ୍ସ ନେବାକୁ ପଡିବ ।

ଗୋଆ ଭଳି ରାଜ୍ୟରେ ଯେଉଁଠି ଜୋରଦାର ପାର୍ଟି ହେଉଛି, ସେଠାରେ ଆପଣ ଘରେ ୧୮ ବୋତଲ ବିୟର ରଖିପାରିବେ । ଏହାବ୍ୟତୀତ ୨୪ ବୋତଲ ଦେଶୀ ମଦ ରଖାଯାଇପାରିବ। ମହାରାଷ୍ଟ୍ର ବିଷୟରେ କହିବାକୁ ଗଲେ ଏଠାରେ ଘରେ ୬ ବୋତଲ ମଦ ଗଚ୍ଛିତ ରଖାଯାଇପାରିବ । ରାଜସ୍ଥାନ ଭଳି ରାଜ୍ୟରେ ଆଇଏମ୍ ଏଫ୍ ଏଲ୍ ର ୧୮ ବୋତଲ ଘରେ ରଖାଯାଇପାରିବ।

Get real time updates directly on you device, subscribe now.