fbpx
BSKY SKY
BSKY SKY

ରେଳ ବିଭାଗରେ ୩୦୯୩ ପଦ ଖାଲି: ଆରମ୍ଭ ହେଲା ଅନଲାଇନ୍ ଆବେଦନ

BSKY

ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତୀୟ ରେଳ ବିଭାଗ ପକ୍ଷରୁ ୩୦୯୩ଟି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଦକ୍ଷିଣ ରେଳବାଇ ପକ୍ଷରୁ ଆକ୍ଟ ଆପ୍ରେଣ୍ଟିସ ପଦରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ନିଜ ପସନ୍ଦର ପଦରେ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁରୋଧ ।

ଡିସେମ୍ବର ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜାନୁଆରୀ ମାସ ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଫେବୃଆରୀ ମାସ ୧୨ ତାରିଖରେ ମେରିଟ୍ ଲିଷ୍ଟ ଜାରି କରାଯିବାର ସମ୍ଭାବନା ରହିଛି । ସମସ୍ତ ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

୨୦୨୪ ମସିହା ଜାନୁଆରୀ ମାସ ୧୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୫ ଓ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଏସସି / ଏସଟିଙ୍କ ପାଇଁ ୫ ବର୍ଷ ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀ ଦଶମ ପାସ କରିବା ସହିତ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇସ୍ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://rrcnr.net.in/Instructions.aspx

ନୋଟିଫିକେସନ ଲିଙ୍କ: https://www.rrcnr.org/rrcnr_pdf/Act_Apprentice_2023.pdf

Get real time updates directly on you device, subscribe now.