fbpx

ସତର୍କ! ଏଟିଏମ୍‌ରୁ ଟଙ୍କା ଉଠାଇବେ କି? ଏଥର ପ୍ରତିଥର କଟିବ ଟଙ୍କା

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଏଟିଏମ୍‌ ବ୍ୟବହାର କରିବାକୁ ହେଲେ ସତର୍କ ହେବାକୁ ପଡ଼ିବ। କାହିଁକି ନା ପ୍ରତିଥର ଏଟିଏମ୍‌ ୟୁଜ୍‌ କରିଲେ ପଡ଼ିବ ଚାର୍ଜ। ଆଉ ପ୍ରତି କାରବାର ପିଛା କଟିବ ୨୦ ଟଙ୍କା । ଏଟିଏମ ସମ୍ପର୍କରେ ଏଭଳି ନିଷ୍ପତ୍ତି ନେଇ ଦେଶର ସମସ୍ତ ବ୍ୟାଙ୍କଙ୍କୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ ।

ଗ୍ରାହକମାନେ ସେମାନଙ୍କ ନିଜ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଥିଲେ ମାସକରେ ସେମାନଙ୍କୁ ୫ଟି ମାଗଣା ଟ୍ରାଞ୍ଜାକସନ ଉପବଲ୍ଧ ହେବ । ୫ଟି ମାଗଣା ଟଙ୍କା ଉଠାଣ ପରେ ପ୍ରତି ଟ୍ରାଞ୍ଜାକସନ ଲାଗି ୨୧ ଟଙ୍କା ଲେଖାଁଏ କଟିବ। ସେହିପରି ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇଲେ ୩ଟି ମାଗଣା ଟ୍ରାଞ୍ଜାକସନ ଉପବଲବ୍ଧ ହେବ। କିନ୍ତୁ ମେଟ୍ରୋ ସିଟି ଲାଗି ୨୦ ଟଙ୍କା ଓ ଅଣମେଟ୍ରୋ ଲାଗି ୫ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରାୟ ୭ ବର୍ଷ ପରେ ଏଟିଏମ ଜରିଆରେ ଟଙ୍କା ଉଠାଣ ନେଇ ଏହି ନିୟମ ପୁନଃଲାଗୁ ହୋଇଛି। ଏଟିଏମ ତିଆରି କରିବା ଆଉ ଏହାର ରକ୍ଷଣାବେକ୍ଷଣ ପାଇଁ ହେଉଥିବା ଖର୍ଚ୍ଚ ବଢ଼ୁଛି; ତେଣୁ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଆନ୍ତଃବିନିମୟ ପରିମାଣ ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ। ଆହୁରି ମଧ୍ୟ ଅଣଆର୍ଥିକ କାରବାର କ୍ଷେତ୍ରରେ ଏହି ପରିମାଣ ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିୟମ ଆସନ୍ତା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ତେବେ ସମ୍ପୂର୍ଣ୍ଣ ନିୟମ ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବ।

Get real time updates directly on you device, subscribe now.