fbpx

ମହିଳାଙ୍କୁ ମାଡି ବସିଲେ ପୋଲିସ: ଭିଡିଓ ଭାଇରାଲ ହେବା ପରେ ଏସପି ଦେଲେ ସଫେଇ

କାନପୁର: ଅନେକ ସମୟରେ ପୋଲିସ ଜନତାଙ୍କୁ ଆକ୍ରମଣ କରିବାର ଘଟଣା ନଜିର ରହିଛି । ଏହିଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଥ।।ନ ଅଧିକାରୀ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ମାଡ଼ି ବସୁଛନ୍ତି । ଶନିବାର ଘଟିଥିବା ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ, ଭୋଗନୀପୁର ସବ ଇନସ୍ପେକ୍ଟର ମହେନ୍ଦ୍ର ପଟେଲ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଦୁର୍ଗାଦାସପୁର ଯାଇଥିଲେ । ଶିବମ ଯାଦବ ନାମକ ଅଭିଯୁକ୍ତ ନାମରେ ପଞ୍ଚାୟତ ଇଲେକ୍ସନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ଧମକ ଦେବା ଅଭିଯୋଗ ରହିଛି । ଅନ୍ୟପଟେ ଶିବମର ପତ୍ନୀଙ୍କ ସହ ତାଙ୍କର ବଚସା ହୋଇଥିଲା । ପୋଲିସ ଟଙ୍କା ମାଗିଥିଲେ ଏବଂ ତାଙ୍କ ପରିବାର ଟଙ୍କା ଦେବାକୁ ମନା କରିଦେଇଥିଲେ ଯାହାକୁ ନେଇ ପୋଲିସ ବାବୁ ରାଗିଯାଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ଶିବମଙ୍କ ପତ୍ନୀ ।

ସେପଟେ ଏହି ଘଟଣାରେ କାନପୁର ଦେହାତ ପୋଲିସ ଏକ ଭିଡିଓ ଜାରି କରିଛି । କାନପୁର ଦେହାତ ଏସପି କେଶବ ଚୌଧୁରୀ କହିଛନ୍ତି ଉକ୍ତ ମହିଳା ଏବଂ ଶିବମଙ୍କ ପରିବାର ଲୋଙ୍କ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଏସପି କହିଛନ୍ତି ଭୋଗନୀପୁର ପୋଲିସ ଇନ-ଚାର୍ଜ ମହିଳାଙ୍କ ଉପରେ ପଡ଼ିଯାଇଥିଲେ । ଯେତେବେଳେକି ସିଭମଙ୍କ ପରିବାର ଲୋକ କହିଛନ୍ତି ଯେ ପୋଲିସ ତାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କ କଥା ନମାନିବାରୁ ଏମିତି କରିଛନ୍ତି । କାନପୁର ଏସପି କହିଛନ୍ତି ଭିଡିଓରୁ ଜଣାପଡ଼ୁଛି ମହିଳା ଜଣକ ଇନସ୍ପେକଟରଙ୍କ କଲର ଧରିଛନ୍ତି ଏବେ ଯେମିତି ସେ ତାଙ୍କର କଲର ଛାଡୁଛନ୍ତି ସେ ଉଠିପଳାଉଛନ୍ତି ।

Get real time updates directly on you device, subscribe now.