fbpx

ଶ୍ରୀମନ୍ଦିର ଯାଉଥିଲେ ପିନ୍ଧନ୍ତୁ ଶାଳୀନତାପୂର୍ଣ୍ଣ ପୋଷାକ ଅନ୍ୟଥା ଜାନୁୟାରୀ ୧ରୁ ଶ୍ରୀମନ୍ଦିର ମନା

ଭୁବନେଶ୍ୱର:ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଜରୁରୀ । ଏ କ୍ଷେତ୍ରରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ସଚେତନ କରାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଉଠିଛି ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ଲେଖିଛି । ଭକ୍ତମାନଙ୍କୁ ହୋଟେଲ, ଲଜିଂ ଓ ପଣ୍ଡାମାନେ ଏ ସଂପର୍କରେ ସଚେତନ କରାଇବେ ।

ଶ୍ରୀମନ୍ଦିର ପ୍ରଶାସନର ନୂଆ ନିର୍ଦ୍ଦେଶନାମା ଅନୁସାରେ ମହିଳାମାନେ ଶାଢୀ, ସାଲୱାର କମିଜ୍ ଓ ପୁରୁଷମାନେ ପ୍ୟାଣ୍ଟ ସାର୍ଟ ଓ ଧୋତୀ ପଞ୍ଜାବୀ ପିନ୍ଧିବେ । ଶ୍ରୀମନ୍ଦିରକୁ କେହି ଚିରା ଫଟା ଜିନ୍ସ ପିନ୍ଧି ଆସିପାରିବେ ନାହିଁ । ଏହାକୁ ନେଇ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ଓ ଜାନୁୟାରୀ ୧ରୁ ଏହି ନିୟମକୁ କଡାକଡି ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ । ନିୟମ ଅନୁଯାୟୀ ଶାଳୀନ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହି ନିୟମ ୧୨ ବର୍ଷରୁ କମ୍ ପିଲାଙ୍କ ଲାଗି ଲାଗୁ ହେବ ନାହିଁ ।

Get real time updates directly on you device, subscribe now.