fbpx

ଏଣିକି Aadhaar Cardରେ ଆଉ ବାୟୋମେଟ୍ରିକ୍ ଡିଟେଲ୍ସ ଦେବାକୁ ପଡ଼ିବନି, UIDAI ପକ୍ଷରୁ ଆସିଲା ନୂଆ ନିୟମ

ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥିବା ବେଳେ ଏହାକୁ ନେଇ ଏକ ଅପଡେଟ୍ ଆସିଛି । ଛୋଟ ପିଲାଙ୍କ ଆଧାର କାର୍ଡ ତିଆରି କରିବା ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି । ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ, ୫ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ଏଣିକି କୌଣସି ବାୟୋମେଟ୍ରିକ ଡିଟେଲ୍ସ ଆବଶ୍ୟକ ପଡ଼ିବ ନାହିଁ । ଏହି ବୟସର ପିଲାଙ୍କୁ ଆଉ ଫିଙ୍ଗରପ୍ରିଣ୍ଟ ଓ ଆଇ ସ୍କାନ କରିବାକୁ ପଡ଼ିବ ନାହିଁ । ଆପଣଙ୍କ ସନ୍ତାନର ବୟସ ପାଞ୍ଚ ବର୍ଷ ପୂରଣ କରିବା ପରେ ବାୟୋମେଟ୍ରିକ୍ ଅପଡେଟ୍ କରିବାର ଆବଶ୍ୟକତା ପଡ଼ିବ ବୋଲି କୁହାଯାଇଛି ।

୧- ବାଲ ଆଧାର ବନାଇବା ପାଇଁ ଆପଣ ସର୍ବପ୍ରଥମେ ୟୁଆଇଡିଏଆଇ ୱେବସାଇଟକୁ https://uidai.gov.in ଯାଆନ୍ତୁ । ସେଠାରେ ଆଧାରକାର୍ଡ ରେଜିଷ୍ଟ୍ରେସନର ବିକଳ୍ପକୁ ବାଛନ୍ତୁ ।

୨- ତା’ପରେ ସନ୍ତାନର ନାମ ଓ ଅନ୍ୟ ବାୟୋମେଟ୍ରିକ ତଥ୍ୟ ଦିଅନ୍ତୁ । ଏହାପରେ ସ୍ଥାୟୀ ଠିକଣା, ଡେମୋଗ୍ରାଫିକ ଡିଟେଲ୍ସ ଦର୍ଜ କରିବା ପରେ ସବମିଟ୍ କରନ୍ତୁ ।

୩- ଆଧାର କାର୍ଡ ପାଇଁ ରେଜିଷ୍ଟ୍ରେସନ ନିର୍ଦ୍ଧାରିତ କରିବା ପାଇଁ ଆପଏଣ୍ଟମେଣ୍ଟ ବିକଳ୍ପ ଉପରେ କ୍ଲିକ କରନ୍ତୁ ।

୪- ଏହାପରେ ନିକଟସ୍ଥ ଏନରୋଲମେଣ୍ଟ ସେଣ୍ଟର ବାଛନ୍ତୁ । ନିଜର ଆପଏଣ୍ଟମେଣ୍ଟ ସ୍ଥିର କରନ୍ତୁ ଓ ଧାର୍ଯ୍ୟ ତାରିଖରେ ସେଠାକୁ ଯାଆନ୍ତୁ ।

ଏନରୋଲମେଣ୍ଟ ସେଣ୍ଟରକୁ ଯିବା ସମୟରେ ପରିଚୟ ପତ୍ରର ପ୍ରମାଣ, ଠିକଣା ପ୍ରମାଣ, ରିଲେସନସିପ୍ ପ୍ରମାଣ ଓ ଜନ୍ମତାରିଖ ଆଦି ଡକ୍ୟୁମେଣ୍ଟ ନିଜର ସାଙ୍ଗରେ ନେଇ ଯାଆନ୍ତୁ । କେନ୍ଦ୍ରରେ ଉପସ୍ଥିତ ଆଧାର ଅଧିକାରୀଙ୍କ ମାଧ୍ୟମରେ ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ କରାନ୍ତୁ । ଯଦି ଆପଣଙ୍କର ସନ୍ତାନର ବୟସ ୫ ବର୍ଷରୁ ଅଧିକ, ତେବେ ବାୟୋମେଟ୍ରିକ ଡାଟା ନିଆଯିବ । ଯଦି ପାଞ୍ଚ ବର୍ଷରୁ କମ୍ ହୋଇଥିବ, ଉକ୍ତ ଡାଟାର ଆବଶ୍ୟକତା ନାହିଁ । କେବଳ ଡେମେଗ୍ରାଫିକ ଡାଟା ଓ ମୁଖର ସ୍ୱୀକୃତି ଆବଶ୍ୟକ ପଡ଼ିଥାଏ । ଏହି ପ୍ରକ୍ରିୟା ସରିବା ପରେ ମାତାପିତାଙ୍କୁ ଆବେଦନର ପ୍ରୋସେସକୁ ଟ୍ରାକ କରିବା ପାଇଁ ଏକ ଏନରୋଲମେଣ୍ଟ ନମ୍ବର ମିଳିବ । ଏହାପରେ ୬୦ ଦିନ ଭିତରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଏସଏମଏସ ଆସିବ । ବାଲ ଆଧାର କାର୍ଡ ୯୦ ଦିନ ମଧ୍ୟରେ ଆପଣଙ୍କ ପାଖରେ ପହଞ୍ଚିଯିବ ।

Get real time updates directly on you device, subscribe now.