fbpx

Drugs ନିଶାରେ ଭଉଣୀକୁ ଆକ୍ରମଣ କଲା ଭାଇ; ୨୦ ବର୍ଷର ପୁଅକୁ ତଣ୍ଟି ଚିପି ମାରି ଦେଲା ମା

ନୂଆଦିଲ୍ଲୀ: ୨୦ ବର୍ଷର ପୁଅକୁ ଗଳା ଦବାଇ ହତ୍ୟା କଲା ମା। ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ ଏମିତି କିଛି କରିବାକୁ ବାଧ୍ୟ ହୋଇଥିଲା ମା। ଯୁବକ ଜଣଙ୍କ drugs ନିଶାରେ ଭଉଣୀକୁ ଆକ୍ରମଣ କରିବା ପରେ ଏମିତି ପଦକ୍ଷେପ ନେଇଥିଲା ମା। କେରଳର ଥିରୁଅନନ୍ତପରମ ଅନ୍ତର୍ଗତ ଭିଝିଁପୁରମରେ ଏହି ଘଟଣା ଘଟଥିଲା। ପୁଅକୁ ମାରିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେଇ ଶବ ଜଳାଇବାକୁ ପ୍ରୟାସ କରାଯାଇଥିଲା।

ତେବେ ପୋଲିସ ଖବର ପାଇ ଶବ ଜବତ କରିଥିଲା। ବେକରେ ଦାଗ ଦେଖି ପୋଲିସ ହତ୍ୟା ସନ୍ଦେହ କରିଥିଲା। ଘରେ ସେହି ସମୟରେ କେବଳ ମା ଓ ଭଉଣୀ ଥିବାରୁ ଉଭୟଙ୍କ ଆଡ଼କୁ ସନ୍ଦେହ ଯାଇଥିଲା। ୨୦ ସେପ୍ଟେମ୍ବର ୨୦୨୦ରେ ଏହି ଘଟଣା ଘଟିଥିଲା। ୪୩ ବର୍ଷୀୟ ନାଦିରା ୨୦ ବର୍ଷର ସିଦ୍ଦିକିକୁ ଗଳା ଦବାଇ ହତ୍ୟା କରିଥିଲା। ବର୍ଷେ ପରେ ନାଦିରା ଅପରାଧ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

Get real time updates directly on you device, subscribe now.