fbpx

ଆସିଲା କି ତୃତୀୟ ଲହର ! ଭାରତରେ ଓମିକ୍ରନର ଆଉ ଏକ ମାମଲା ଚିହ୍ନଟ, ଜାଣନ୍ତୁ କେଉଁଠୁ?

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ’ ଓମିକ୍ରନ’ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି । କର୍ଣ୍ଣାଟକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଗୁଜରାଟର ଜାମନଗରରୁ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ଗୁଜରାଟର ଜାମନଗରରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଦକ୍ଷିଣ ଆଫ୍ରିକା ଫେରନ୍ତା ।

ମିଳିଥିବା ସୂଚନା ମୁତାବକ, ଏହି ବ୍ୟକ୍ତିଜଣକ ୨ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟକୁ ଫେରିଥିଲେ । ଏୟାରପୋର୍ଟରେ ଯାଞ୍ଚ କରିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆକ୍ରାନ୍ତଙ୍କ ନମୂନାକୁ ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଥିଲା । ଏବେ ତାଙ୍କ ରିପୋର୍ଟ ଆସିବାରୁ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ଘଟଣାକୁ ନେଇ ଭାରତରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମନ୍ତବ୍ୟ ଦେଇଛନ୍ତି । ଏହାର ୨ ଦିନ ପୂର୍ବରୁ କର୍ଣ୍ଣାଟକରୁ ୨ ଓମିକ୍ରନ ପଜିଟିଭ ମାମଲା ସାମ୍ନାକୁ ଆସିଥିଲା । ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ଜଣାପଡିଛି । ଦୁହେଁ କରୋନାର ଉଭୟ ଡୋଜ୍ ନେଇଥିବା ବେଳେ ସେମାନଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଭାରତରୁ ଦୁବାଇ ଯାତ୍ରା କରିଛି ।

Get real time updates directly on you device, subscribe now.