fbpx

ଜନଧନ ଆକାଉଣ୍ଟରୁ ବିନା ବାଲାନ୍ସରେ ବି ଉଠାଇ ପାରିବେ ୧୦ ହଜାର ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା?

ନୂଆଦିଲ୍ଲୀ: ସାଧାରଣତଃ ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ପ୍ରତିମାସରେ ସର୍ବନିମ୍ବ ବାଲାନ୍ସ ନଥିଲେ ଗ୍ରାହକମାନଙ୍କୁ ଜୋରିମାନା ଦେବାକୁ ପଡିଥାଏ । ଦରମା ଆକାଉଣ୍ଟ ପାଇଁ ବ୍ୟାଙ୍କଗୁଡିକ ଏହାକୁ ବାଧ୍ୟତାମୂଳକ କରନ୍ତି ନାହିଁ । କିନ୍ତୁ ଏହା ପରେ ପରେ ବି ଏପରି କିଛି ଆକାଉଣ୍ଟ ରହିଛି, ଯେଉଁଠାରେ ସର୍ବନିମ୍ବ ବାଲାନ୍ସ ରଖିବାର କୌଣସି ଆବଶ୍ୟକତା ନାହିଁ । ସେଭଳି ଆକାଉଣ୍ଟ ମଧ୍ୟରେ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ।

ଜନ ଧନ ଯୋଜନା ଆକାଉଣ୍ଟରେ ଏହଳା ବ୍ୟତୀତ ଅନେକ ସୁବିଧା ରହିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଏକ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ ଖୋଲନ୍ତି । ଏଥିରେ ଦୁର୍ଘଟଣା ବୀମା, ଓଭରଡ୍ରାଫ୍ଟ ସୁବିଧା, ଚେକ୍ ବୁକ୍ ସହିତ ଅନେକ ସୁବିଧା ମଧ୍ୟ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା କିପରି ମିଳିବ ୧୦ ହଜାର ଟଙ୍କା

ଜନଧନ ଯୋଜନା ଅଧୀନରେ ଆପଣଙ୍କ ଆକାଉଣ୍ଟରେ କୌଣସି ବାଲାନ ନଥିଲେ ବି ଆପଣ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ଉଠାଇ ପାରିବେ । ଏହି ସୁବିଧା କମ୍ ସମୟର ଲୋନ୍ ପରି ରହିଛି । ପୂର୍ବରୁ ଏହାର ପରିମାଣ ୫ ହଜାର ଟଙ୍କା ଥିଲା । ସରକାର ଏବେ ଏହାକୁ ବଢ଼ାଇ ୧୦ ହଜାର ଟଙ୍କା କରିଛନ୍ତି ।

ଜରୁରୀ ନିୟମ
ଏହି ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିଛି । ଓଭରଡ୍ରାଫ୍ଟର ଫାଇଦା ଉଠାଇବା ପାଇଁ ଆପଣଙ୍କର ଜନ ଧନ ଆକାଉଣ୍ଟ ଅତି କମରେ ୬ ମାସ ପୁରୁଣା ହେବା ଆବଶ୍ୟକ । ଏପରି ନହୋଇଥିଲେ ଆପଣ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିପାରିବେ ।

ଜନ ଧନ ଆକାଉଣ୍ଟ କ’ଣ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ହେଉଛି ଏକ ଉଚ୍ଚାଭିଳାଷୀ ଆର୍ଥିକ ପ୍ରୋଗ୍ରାମ, ଯାହା ବ୍ୟାଙ୍କିଙ୍ଗ / ସଞ୍ଚୟ ତଥା ଜମା ଆକାଉଣ୍ଟ, ଟଙ୍କା ପଠାଇବା, ଋଣ, ବୀମା, ପେନ୍ସନ୍କୁ ସୁନିଶ୍ଚିତ କରିଥାଏ । ଏହି ଆକାଉଣ୍ଟ ଯେକୌଣସି ବ୍ୟାଙ୍କ ବ୍ରାଞ୍ଚ କିମ୍ବା ବ୍ୟବସାୟ ପ୍ରତିନିଧି (ବ୍ୟାଙ୍କ ମିତ୍ର) ଆଉଟଲେଟରେ ଖୋଲାଯାଇପାରିବ । ଜିରୋ ବାଲାନ୍ସ ସହିତ ପିଏମଜେଡିୱାଇ ଖାତା ଖୋଲାଯାଉଛି ।

କିପରି ଖୋଲିବେ ଆକାଉଣ୍ଟ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଅଧିକ ଖୋଲାଯାଉଛି । ଯଦି ଆପଣ ଚାହାଁନ୍ତି, ତେବେ ପ୍ରାଇଭେଟ୍ ବ୍ୟାଙ୍କଗୁଡିକରେ ବି ନିଜର ଜନ ଧନ ଆକାଉଣ୍ଟ ଖୋଲିପାରିବେ । ଯଦି ଆପଣଙ୍କର ପାଖରେ ଅନ୍ୟ କିଛି ସେଭିଂ ଆକାଉଣ୍ଟ ଅଛି, ତେବେ ଆପଣ ତାହାକୁ ଜନଧନ ଆକାଉଣ୍ଟରେ ବଦଳାଇ ପାରିବେ । ଭାରତରେ ରହୁଥିବା ଯେକୌଣସି ନାଗରିକ, ଯାହାଙ୍କ ବୟସ ୧୦ ବର୍ଷ ବା ତାହାଠାରୁ ଅଧିକ, ସେମାନେ ଜନଧନ ଆକାଉଣ୍ଟ ଖୋଲିପାରିବେ ।

Get real time updates directly on you device, subscribe now.