fbpx

ବାତ୍ୟା ଜୱାଦକୁ ନେଇ SRCଙ୍କ ତାଜା ରିପୋର୍ଟ, କହିଲେ – ‘କମ୍ ପବନ, ପ୍ରବଳ ବର୍ଷା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ବାତ୍ୟା ଜୱାଦକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ଏହାକୁ ନେଇ ତାଜା ଅପଡେଟ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରନୀପ ଜେନା । ଧୀରେ ଧୀରେ ବାତ୍ୟା ଦୁର୍ବଳ ହେଉଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଆରସି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ ବାତ୍ୟା ଉତ୍ତର ଉତ୍ତର-ପୂର୍ବ ଦିଗରେ ରିକର୍ଭ କରିବ । କାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳ ପାଖାପାଖି ପହଞ୍ଚିବ । ପୁରୀ ଛୁଇଁବା ବେଳକୁ ପବନ ବେଗ ୬୦-୭୦ କିମି ରହିବ ।’

ବାତ୍ୟା ଯୋଗୁଁ ପବନର ବେଗ କମିବ ଓ ପ୍ରବଳ ବର୍ଷା ହେବ ବୋଲି ଏସଆରସି କହିଛନ୍ତି । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାର ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଧାନ ପବନରେ ଶୋଇଯିବ, ଚାଷ ଅଧିକ କ୍ଷତି ହେବ । ବର୍ଷାକୁ ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ତାନାନ୍ତର କରାଯିବ । ସମୁଦ୍ରରେ ବଡ଼ ଧରଣର ଜୁଆର ଆସିବ ନାହିଁ ।

ସକାଳ ୯ଟା ସୁଦ୍ଧା ୧୫୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ସଜାଗ ଅଛନ୍ତିି । ପବନ ଓ ବର୍ଷା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ପରେ ଫସଲ ନଷ୍ଟ ନେଇ ରିପୋର୍ଟ ମାଗିବୁ ବୋଲି ଏସଆରସି କହିଛନ୍ତି । ୭ଦିଦ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯିବ । ରିପୋର୍ଟ ଆସିଲେ କ୍ଷୟକ୍ଷତି ରାଶି ପ୍ରଦାନ କରାଯିବ ଏସଆରସି କହିଛନ୍ତି ।

Get real time updates directly on you device, subscribe now.