fbpx
BSKY
BJD YOUTH SKY
BJD MS SKY

ବିବାହ ଓ ଉତ୍ସବରେ ଅଧିକ ଲୋକ ଏକାଠି ହେବା ମନା, ଜାଣନ୍ତୁ କେତେଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନୂଆ ଗାଇଡଲାଇନ୍ ଜାରି କରିଛି । ବିବାହରେ ଏଣିକି କେବଳ ଶହେ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିସହିତ ସାମାଜିକ ଉତ୍ସବ, ବାର୍ଷିକ ଉତ୍ସବ ଆଦି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ କାର୍ଯ୍ୟକ୍ରମ ପାଳନ ନେଇ ବିଏମସିଠାରୁ ପରମିସନ ନେବାକୁ ପଡ଼ିବ ।

ଭୁବନେଶ୍ୱରରେ ବିଏମସି ପକ୍ଷରୁ ଅନେକ ସ୍ଥାନରେ ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାର୍କିଂ ସ୍ଥଳରେ ଫୁଡ୍ ଷ୍ଟଲ ପକାଇଥିବା ବ୍ୟବସାୟୀ ଓ ଭିଡ଼ ଜମାଉଥିବା ଅମାନିଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ବିଶାଲ ମେଗା ମାର୍ଟକୁ ସିଲ୍ କରାଯିବ ସହ ରାମମନ୍ଦିର ନିକଟରେ ଚଢ଼ାଉ କରାଯାଇଛି । ଏଥିସହ ଖାଦ୍ୟର ମାନ ସହ ପରିସ୍କାର ପରିଚ୍ଛନ୍ନତାକୁ ବିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.