fbpx

ଅଧାରୁ ଭାଙ୍ଗିଗଲା ଏକ୍ସପ୍ରେସ୍ ଟ୍ରେନ୍, ୧ କିମି ଆଗକୁ ଗଡ଼ିଗଲା ଅଧା ଭାଗ

AAKASH

ଲକ୍ଷ୍ନୌ,୩ ।୪: ଲକ୍ଷ୍ନୌରେ ଏକ ଏକ୍ସପ୍ରେସ ଟ୍ରେନରେ ଟେକନିକାଲ ଅସୁବିଧା କାରଣରୁ ୨ ଭାଗ ହୋଇ ଅଲଗା ହୋଇଛି । ଫଳରେ ଏକ୍ସପ୍ରେସର ଅଧା ଅଂଶ ୧ କିଲୋମିଟର ଆଗକୁ ଗଡିଯାଇଥିବା ବେଳେ ବାକି ଅଧା ଅଂଶ ପଛରେ ରହିଛି । ଏହି ଘଟଣା ସପ୍ତକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ ସହ ହୋଇଛି ।

ତେବେ କପାଲିଙ୍ଗ ବ୍ରେକଡାଉନ୍ ଫଳରେ ସପ୍ତକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ ୨ ଭାଗରେ ବିଭକ୍ତ ହୋଇଥିଲା । ଏହା ପରେ ଟ୍ରେନଟି ପ୍ରାୟତଃ ୧ କିଲୋମିଟର ଆଗକୁ ପଳାଇଥିଲା । ଘଟଣା ଜାଣିବା ପରେ ରେଳ କଣ୍ଟ୍ରୋଲ ବିଭାଗକୁ ସୂଚନା ଦିଅରାଯାଇଥିଲା । ପରେ ପରିସ୍ଥିତିକୁ ନିୟନ୍ତ୍ରକୁ ଅଣାଯାଇ ଅଲଗା ହୋଇଥିବା ଟ୍ରେନକୁ ପୁଣି ଥରେ ଯୋଡାଯାଇଥିଲା । ତେବେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାକୁ ଅଳ୍ପକେ ଏଡାଯାଇଛି ।

Get real time updates directly on you device, subscribe now.