fbpx

କୁକୁର ମାଲିକଙ୍କ ପାଇଁ ନୂଆ ନିୟମ: ବେପାର ଉପରେ କଟକଣା, ସର୍ବସାଧାରଣରେ ମଳତ୍ୟାଗ କଲେ ପୋଛିବେ ମାଲିକ

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ କୁକୁର ବେପାର ଉପରେ କଟକଣା ଲାଗୁ ହୋଇଛି । ବେପାର ପାଇଁ ବିଏମସିର ଅନୁମତି ନେବାକୁ ପଡିବ । ରାଜ୍ୟ ସରକାର ବିଏମସିର ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଗୃହପାଳିତ ପୋଷା କୁକୁରଙ୍କ ପଞ୍ଜୀକରଣ ଓ ଉପଯୁକ୍ତ ନିୟନ୍ତ୍ରଣ ପାଇଁ ବିଏମସି ଆଇନ ପ୍ରସ୍ତୁତ କରିଛି । ଏପରି ଆଇନ ଲାଗୁୁ ନେଇ କୁକୁର ମାଲିକ ଚିନ୍ତାରେ ପଡିଛନ୍ତି ।

ବିଏମସିର ଏହି ଆଇନ ଅନୁଯାୟୀ, ଯଦି ଏହି ଆଇନକୁ କୁକୁର ମାଲିକ ନ ମାନନ୍ତି ତେବେ ସେମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବା ସହ ଗିରଫ ହେବାକୁ ମଧ୍ୟ ପଡିପାରେ । ଖାସକରି ଯେଉଁ ମାଲିକମାନେ କୁକୁରଙ୍କୁ ଝାଡା ଫେରାଇବା ପାଇଁ ବାହାରକୁ ନେଉଛନ୍ତି ସେହି ମାନଙ୍କ ଉପରେ ଏହି ଆଇନ କଠୋର କରାଯାଇଛି । ଯଦି ସର୍ବସାଧାରଣ ସ୍ଥାନରେ ତାଙ୍କ କୁକୁର ମଳତ୍ୟାଗ କରେ ତେବେ ସେମାନଙ୍କୁ ତାହା ପୋଛିବାକୁ ପଡିବ । ଏହା ବ୍ୟତୀତ ବର୍ତ୍ତମାନ କୁକୁରଙ୍କୁ କେହି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ । ଯଦି ଏପରି ଧରାପଡନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଦେବା ସହ ସେହି କୁକୁରକୁ ଜବତ କରାଯିବ ।

ଯଦି କୁକୁରକୁ ୪ ମାସରୁ କମ୍ ହୋଇଛି ତେବେ ମାଲିକ ସେହି କୁକୁରକୁ ରଖିପାରିବେନି । ଏହା ବ୍ୟତୀତ ପ୍ରତ୍ୟେକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁରମାନଙ୍କର ପଞ୍ଜୀକରଣ ହେବ । ଏଥିପାଇଁ ମାଲିକଙ୍କୁ ୫୦୦ ଟଙ୍କା ଦାଖଲ କରିବାକୁ ହେବ । ଏହାର ଗୋଟିଏ ବର୍ଷ ବୈଧ ରହିବ । ତେବେ ବୈଧତା ପୂର୍ବରୁ ଯଦି ପଞ୍ଜୀକରଣକୁ ନବିକରଣ କରାଯାଏ ତେବେ ୫୦୦ ଯାଗାରେ ୨୦୦ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.