fbpx

କାଲିଠୁ ସବୁ ବିଭାଗରେ ସବୁ କର୍ମଚାରୀ

ଭୁବନେଶ୍ୱର,୧୮/୫(ଓଡିଶା ଭାସ୍କର): କାଲିଠୁ ରାଜ୍ୟର ସବୁ ବିଭାଗର ଅଫିସରେ ସବୁ କର୍ମଚାରୀ ଯୋଗଦେବେ । କିନ୍ତୁ ଅଫିସରେ ସବୁ କର୍ମଚାରୀ ସାମାଜିକ ଦୂରତା ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି କର୍ମଚାରୀଙ୍କର ଶ୍ବାସକ୍ରିୟା ସଂକ୍ରମଣ ବା ଥଣ୍ଡା ଲକ୍ଷଣ ଥିବ, ତେବେ ସେ ଛୁଟିରେ ରହିବେ । ଏହା ସହ କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍‌ରେ ଥିଲେ ଜଣାଇବା ସହ ଅଫିସକୁ ନ ଆସିବାକୁ କୁହାଯାଇଛି। ଏଣିକି ଅଫିସରେ କମ୍‌ ଜାଗା ଥିଲେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା ହେବ ।

Get real time updates directly on you device, subscribe now.