fbpx

ସାବଧାନ୍! ସାମନାକୁ ଆସିଲା କରୋନାର ଗମ୍ଭୀର ଲକ୍ଷଣ

ଦୁନିଆରେ କରୋନା ଭାଇରସକୁ ନେଇ ସବୁଦିନ କିଛି ନୂଆ ନୂଆ ଲକ୍ଷଣ ସାମନାକୁ ଆସିବାରେ ଲାଗିଛି । ମହାମାରୀକୁ ଶେଷ କରିବା ପାଇଁ ଏହା ବିଷୟରେ ଅଧିକ ସୂଚନା ଜାଣିବାକୁ ଲାଗିପଡିଛନ୍ତି ବିଶ୍ୱର ସବୁ ବୈଜ୍ଞାନିକ । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ କରୋନା ଭାଇରସର ଏକ ନୂଆ ଗମ୍ଭୀର ଲକ୍ଷଣ ବିଷୟରେ କହିଛି, ଯାହାକି ଏବେ କରୋନା ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳୁଛି ।

ଡବ୍ଲୁଏଚଓର ବିଶେଷଜ୍ଞଙ୍କ ମତରେ ଏହି ନୂଆ ଲକ୍ଷଣକୁ ନେଇ ବହୁଦିନ ଧରି ଯାଞ୍ଚ କରିବା ପରେ ଜଣାପଡିଛି ଏହା କରୋନା ପଜିଟିଭ୍ । କଥା କହିବାରେ କଷ୍ଟ ଅନୂଭବ ହେବା ଓ ଚାଲିବାରେ ଯନ୍ତ୍ରଣା ହେବା କରୋନାର ଗମ୍ଭୀର ଲକ୍ଷଣ । ବର୍ତ୍ତମାନ ସୁଦ୍ଧା କେବଳ କାଶ, ଥଣ୍ଡା, ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେବା କରୋନାର ଲକ୍ଷଣ ଥିଲା । କିନ୍ତୁ ଏବେ ଏହି ନୂଆ ଲକ୍ଷଣ ବିଷୟରେ ଡବ୍ଲୁଏଚଓ ସୂଚନା ଦେଇଛି । ଯଦି କୌଣସି ବ୍ୟକ୍ତିଙ୍କୁ କଥା କହିବାରେ କଷ୍ଟ ହେଉଛି ବା ଚାଲିବାରେ ଯନ୍ତ୍ରଣା ହେଉଛି, ତେବେ ତୁରନ୍ତ ମେଡିକାଲ ଯାଆନ୍ତୁ ।

Get real time updates directly on you device, subscribe now.