fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶାରୁ ଆବିଷ୍କାର ହେଲା ନୂଆ ପ୍ରଜାତିର ମାଛ: CEO ଏବଂ ZSI ଗବେଷକଙ୍କ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଧରିତ୍ରୀ ବକ୍ଷରେ ବହୁ ପ୍ରଜାତିର ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ସାମୁଦ୍ରିକ ପ୍ରାଣୀ ରହିଛନ୍ତି । ତେବେ ବିଶ୍ୱରେ ଏପରି ଅନେକ ଜୀବ ରହିଛନ୍ତି, ଯେଉଁମାନଙ୍କ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ଭାବେ ଅଜ୍ଞ ରହିଛେ । ବିଭିନ୍ନ କାରଣରୁ ସେମାନେ ଏ ବିଶ୍ୱରେ ସତେ ଯେମିତି ନିଜର ଅସ୍ତିତ୍ୱ ହରାଇଛନ୍ତି । ଅନେକ ସମୟରେ ବୈଜ୍ଞାନିକଙ୍କ ଗବେଷଣାରୁ ଏଭଳି କିଛି ଜୀବଙ୍କ ସନ୍ଧାନ ମିଳିବା ସହିତ ମାନବ ଜାତି ପ୍ରତି ସେମାନଙ୍କର ଅବଦାନ ବିଷୟରେ ମଧ୍ୟ ତଥ୍ୟ ସାମ୍ନାକୁ ଆସିଥାଏ ।

ତେବେ ନିକଟରେ କୋରାପୁଟ ସ୍ଥିତ ସେଣ୍ଟ୍ରାଲ ୟୁନିଭରସିଟି ଅଫ୍ ଓଡ଼ିଶା (ସିଇଓ)ର ଅଧ୍ୟୟନକାରୀମାନେ ଏଭଳି ଏକ ବଡ଼ ସଫଳତା ହାସଲ କରିଛନ୍ତି । ସିଇଓ ଏବଂ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜେଏଏସଆଇ)ର ବୈଜ୍ଞାନିକଙ୍କ ମିଳିତ ପ୍ରୟାସରେ ଏକ ନୂଆ ପ୍ରଜାତିର ମାଛ ଆବିଷ୍କାର କରାଯାଇଛି । କୋରାପୁଟ ଜିଲ୍ଲାର ଘାଟଗୁଡ଼ା ନିକଟରେ ପ୍ରବାହିତ କୋଲାବ ନଦୀରୁ ଏହି ମାଛକୁ ସନ୍ଧାନ କରାଯାଇଛି ।

ତେବେ ଠାବ କରାଯାଇଥିବା ମାଛ ଏକ ମଧୁର ମାଛ ଓ ଏହାକୁ ମଣିଷ ଖାଦ୍ୟ ଭାବେ ଗ୍ରହଣ କରିପାରି ବୋଲି ରିସର୍ଚ୍ଚରମାନେ ମତବ୍ୟକ୍ତ କରିଛନ୍ତି । ଏହି ନୂଆ ପ୍ରଜାତିର ମାଛର ନାମ ‘ଗେରା ଲାଇଶ୍ରାମି’ ରଖାଯାଇଛି । ଏହି ବିରଳ ମାଛର ସନ୍ଧାନ ମିଳିବା ପରେ ଏହା ଓଡ଼ିଶାର ଉକ୍ରୃଷ୍ଟ ଜୈବ ବିବିଧତାର ପରିଚୟ ଦେଉଛି । ସାଧାରଣ ଭାବେ ଏହି ପ୍ରଜାତିର ମାଛ ଦକ୍ଷିଣ ଏସିଆ, ମଧ୍ୟ ପ୍ରାଚ୍ୟ ଏସିଆ, ଆରବ ପେନିନସୁଲା, ପୂର୍ବ ଆଫ୍ରିକା, ଚୀନର ବୋର୍ନେଓ ଆଦି ଜଳରାଶିରେ ଦେଖାଯାଇଥାନ୍ତି । ଭାରତର ଉପମହାଦ୍ୱୀପରେ ଦେଖାଯାଉଥିବା ମାଛଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି । ତେବେ ଆଗକୁ ଆହୁରି ନୂଆ ପ୍ରଜାତିର ଆବିଷ୍କାର କରିବା ନେଇ ଗବେଷକମାନେ ଆଶାବାଦୀ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.