fbpx
BJD SKY
BJD SKY

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ଶୋଇଥାନ୍ତି : ରିସର୍ଚ୍ଚରୁ ଖୁଲାସା

BJD

ଭଲ ସ୍ୱାସ୍ଥ୍ୟ ପାଇଁ ଯେପରି, ଉତ୍ତମ ଖାଦ୍ୟ, ପାନୀୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ସଠିକ୍ ଜୀବନଶୈଳୀ ଯେପରି ଆବଶ୍ୟକ, ସେହିପରି, ନିଦ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ । କର୍ମମୟ ଜୀବନରେ ବିଶ୍ରାମ ନେବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ଅନୁସାରେ, ଦୈନିକ ୬-୮ ଘଣ୍ଟା ଶୋଇବା ଦରକାର । ତେବେ ଏକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ଶୋଇଥାନ୍ତି । ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣଗୁଡ଼ିକ ବିଷୟରେ:-

– ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ମସ୍ତିଷ୍କ ପ୍ରାୟତଃ ଅଧିକ ଜଟିଳ ହୋଇଥାଏ ।

– ମହିଳାମାନଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଥାଏ । ସେଥିପାଇଁ ମହିଳାମାନଙ୍କୁ ମଲ୍ଟିଟାସ୍କିଂ କୁହାଯାଏ ।

– ମହିଳାମାନଙ୍କ ମସ୍ତିଷ୍କ ଅଧିକ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ପାଞ୍ଚଗୁଣରୁ ଅଧିକ ଇନଫରମେସନ ପାସ କରିପାରନ୍ତି । ଏପରି ବଡ଼ ଧରଣର କାର୍ଯ୍ୟକଳାପ ପାଇଁ ମସ୍ତିଷ୍କକୁ ବିଶ୍ରାମର ଆବଶ୍ୟକତା ରହିଥାଏ ।

Get real time updates directly on you device, subscribe now.