fbpx
BSKY
BJD SHG SKY
BJD YOUTH SKY

ଦିଲ୍ଲୀ ଅବକାରୀ ନୀତି ମାମଲା: ସିବିଆଇ କାର୍ଯ୍ୟାଳୟ ବାହାରେ ବିରୋଧ କରୁଥିବା ସମସ୍ତ AAP ନେତାଙ୍କୁ ଅଟକ ରଖିଲା ପୋଲିସ

ନୁଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟୀ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆଜି ସିବିଆଇ ପଚରା ଉଚରା କରୁଛି । ଏହାରି ମଧ୍ୟରେ କେଜ୍ରିୱାଲଙ୍କ ଜେରାକୁ ବିରୋଧ କରି ଆପ୍ ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶ, ସୌରଭ ଭରଦ୍ୱାଜ, ରାଘବ ଚଡ୍ଡାଙ୍କ ବ୍ୟତିତ ପଞ୍ଜାବ ନେତାମାନଙ୍କୁ ମଧ୍ୟ ପୋଲିସ ହେପାଜତରେ ନେଇଛି ।

ଏହାକୁ ନେଇ ଆପ୍ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ମଧ୍ୟ ଏ ବିଷୟରେ ଟୁଇଟ୍ କରିଛନ୍ତି । ରାଘବ ଚଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାରୁ ଦିଲ୍ଲୀ ପୋଲିସ ଆମକୁ ଗିରଫ କରିଛି ଏବଂ ଆମକୁ କିଛି ଅଜ୍ଞାତ ସ୍ଥାନକୁ ନେଇଯାଉଛି … ଏହା କେଉଁ ପ୍ରକାରର ଏକଛତ୍ରବାଦୀ ଶାସନ? ଏହାପୂର୍ବରୁ ରାଘବ ଚଡ୍ଡା ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପି ଜାଣେ ଯେ ସେମାନଙ୍କର ପତନ ଆପ୍ ଦଳ ହାତରେ ହେବ ।

ଆଜି କେଜ୍ରିୱାଲ ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ରାଜଘାଟରେ ପହଞ୍ଚିଥିଲେ। ଏହି ସମୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏବଂ ରାଘବ ଚଡ୍ଡା , ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ କୈଳାଶ ଗେହଲୋଟ୍, ଆତିଶି, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନଙ୍କ ସହ ବହୁ ବଡ ନେତା ମଧ୍ୟ ତାଙ୍କ ସହ ଥିଲେ। ତେବେ ସିବିଆଇ ମୁଖ୍ୟାଳୟଠାରୁ କିଛି ଦୂରରେ ପୋଲିସ ପଞ୍ଜାବ ଭଗବନ୍ତ ମନ ଏବଂ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀଙ୍କୁ ଲୋଡି ରୋଡରେ ଥିବା ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇଥିଲା। ପୋଲିସ ତାଙ୍କୁ ସିବିଆଇ ମୁଖ୍ୟାଳୟରେ ପହଞ୍ଚିବାକୁ ଅନୁମତି ନ ଦେଇଥିବା ବେଳେ ସେଠାରେ AAP ନେତା ଧାରଣାରେ ବସିଥିଲେ।

Get real time updates directly on you device, subscribe now.