fbpx

ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ନୂଆ ମୋଟର ଯାନ ଆଇନ ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା । କାରଣ ଏହି ୧ତାରିଖକୁ ସରକାର ଦେଇଥିବା ୩ମାସ ଅବଧି ଶେଷ ହୋଇଛି । ଏହାପରେ ଯାହା ନିୟମ ଅଛି ସେହି ଅନୁସାରେ କାର୍ଯ୍ୟ କରାଯିବ । ଉଲ୍ଲେଖଯୋଗ୍ୟ ଯେ ନୂଆ ମୋଟର ଯାନ ଆଇନ ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଏନେଇ ୩ମାସ ପାଇଁ ଆଇନ କୋହଳ କରି ଗାଡ଼ିର ସମସ୍ତ ଜରୁରୀ କାଗଜପତ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.