fbpx

୨୦୧୭ ପାଇଁ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ବେଲଜିୟମର ବୈଜ୍ଞାନିକ ଏରିକ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର ମିଳିଛି । ୨୦୧୭ ପାଇଁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ବୈଷୟିକ ସଂଗ୍ରହାଳୟ କ୍ଷେତ୍ରକୁ ଅବଦାନ ପାଇଁ ତାଙ୍କୁ ପୁରସ୍କାର ମିଳିଛି । ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି ସାଧାରଣ ଲୋକଙ୍କୁ ବିଜ୍ଞାନର ଲାଭ ପହଞ୍ଚାଇବା ଦରକାର । ବିଜୁବାବୁ ୩୪ବର୍ଷ ବୟସରେ ବିଶ୍ୱସ୍ତରୀୟ ପୁରସ୍କାର ପ୍ରଚଳନ କରିଥିଲେ । ବିଜ୍ଞାନର ପ୍ରସାର ପାଇଁ ବିଜୁବାବୁଙ୍କ ନେତୃତ୍ୱ ଉଦାହରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା ୨୫ଟି ଦେଶର ୬୯ବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିଛି ।

Get real time updates directly on you device, subscribe now.