fbpx

ଅନୁଭବ ଓ ବର୍ଷା ବିବାଦରେ ଆସିଲା ନୂଆ ମୋଡ

Advertisement

ଭୁବନେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ଅଭିନେତା ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦ ଘଟଣାରେ ଆସିଛି ନୂଆ ମୋଡ । ବିଭିନ୍ନ ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରତି ଶୁକ୍ଲା । ଜାଗ୍ରତି କହିଛନ୍ତି ଯେ, ‘ସାଂସଦ ଅନୁଭବଙ୍କ ସହ ମୋର ସମ୍ପର୍କ ବୃତ୍ତିଗତ, ଆମେ ସାଙ୍ଗ ଭଳି ରହିଥାଉ । ବର୍ଷା-ଅନୁଭବଙ୍କ ବିବାଦ ସେମାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ପ୍ରସଙ୍ଗ ।’ ସେହି ପ୍ରସଙ୍ଗରେ ନାମ ଯୋଡିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜାଗ୍ରତି । ବର୍ଷାଙ୍କ ପ୍ରଶଂସକମାନେ ତାଙ୍କ ପ୍ରତି ଅରୁଚକର ମନ୍ତବ୍ୟ ଦେଉଥିବା ଜାଗ୍ରତି ଅଭିଯୋଗ କରିଛନ୍ତି । ଜଣେ ନାରୀକୁ ସହଯୋଗ ଓ ଅନ୍ୟ ଜଣେ ନାରୀ ପ୍ରତି ଅସମ୍ମାନ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଜାଗ୍ରତି ।

ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ, ମୁଖ୍ୟମନ୍ତ୍ରୀ ଓ ମହିଳା କମିସନରଙ୍କୁ ଜାଗ୍ରତି ଅନୁରୋଧ କରିଛନ୍ତି । ଚରିତ୍ର ସଂହାରକାରୀଙ୍କ ବିରୋଧରେ ଆଇ ସହାୟତା ନେବାକୁ ଚେତାବନୀ ଦେବା ସହ ମୋର ଓ ପରିବାରର ସମ୍ମାନ କ୍ଷୂର୍ଣ୍ଣ କଲେ ମୁଁ ଚୁପ୍ ରହିବିନି ବୋଲି ଜାଗ୍ରତି କହିଛନ୍ତି ।

Get real time updates directly on you device, subscribe now.