fbpx
BJD
BJD SKY
BJD SKY

(Video) ନାତୁଣୀଙ୍କ ପେଟର ଛୁଆ କାହାର: କୁଆଡ଼େ ଗଲେ ଅଜା, ପୂର୍ବ ଶତ୍ରୁତା କାରଣରୁ ଅଜା ଫସିଗଲେ କି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଘଟିଥିବା ଅଜା-ନାତୁଣୀ କାହାଣୀରେ ଆସିଛି ନୂଆ ମୋଡ଼ । ନାତୁଣୀ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଏବେ ଅଜାଙ୍କର ମିଳୁନି ପତ୍ତା । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରର ସମ୍ପର୍କୀୟା ନାବାଳିକାଙ୍କୁ ୬୫ ବର୍ଷୀୟ ଅଜା ରାଜୀବ ମଳିକ ଗର୍ଭବତୀ କରିଥିବା ନେଇ ନାବାଳିକାଙ୍କ ବାପା କୈଳାଶ ମଳିକ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଏନେଇ ଆଜି ଅଜାଙ୍କ ପରିବାର ଲୋକେ ମୁହଁ ଖୋଲିଛନ୍ତି । ପୂର୍ବ ଶତ୍ରୁତା କାରଣରୁ ଅଜା ରାଜୀବଙ୍କୁ ଫସାଇ ଦିଆଯାଇଥିବା ତାଙ୍କ ପରିବାର ଓ ପାଖ ସାଇ ପଡ଼ିଶ।। କହିଛନ୍ତି । ରାଜୀବ ନିଖୋଜ ଥିବା ନେଇ ଗତ ୨୫ ତାରିଖ ତାରିଖରେ ତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯଦି ଅଜା ଦୋଷୀ ତେବେ ଡିଏନଏ ଟେଷ୍ଟ କରାଗଲେ ସତ୍ୟ ପଦାକୁ ଆସିବ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, କିଏ କହୁଛି ସତ । ଅଜା ତାଙ୍କ ନାତୁଣୀଙ୍କୁ ଗର୍ଭବତୀ କହିଛନ୍ତି ନା ତାଙ୍କୁ ପୂର୍ବ ଶତ୍ରୁତା କାରଣରୁ ଫସାଇ ଦିଆଯାଇଛି । ପୋଲିସ ଏହାର ତଦନ୍ତ କଲେ ସତ୍ୟ ଉନ୍ମୋଚନ ହୋଇପାରିବ । ସୂଚନାଯୋଗ୍ୟ ଯେ, ୧୬ ବର୍ଷୀୟା ନାବାଳିକଙ୍କ ସହ ଅଜା ବଳପୂର୍ବକ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ଅଭିଯୋଗ ହୋଇଥିଲା । ଅଜା-ନାତୁଣୀଙ୍କ ଏହି ସମ୍ପର୍କକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.