fbpx
BSKY SKY
BSKY SKY

ଡିସେମ୍ବର ମାସରେ ସଂକ୍ରମଣ କମ୍ ଥିଲା, ମାତ୍ର ଜାନୁଆରୀ ଆରମ୍ଭରୁ ହଠାତ୍ ବିସ୍ଫୋରଣ: ଜାଣନ୍ତୁ ଷ୍ଟଡି ରିପୋର୍ଟ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ସମୟରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ସାଧାରଣତଃ ଓମିକ୍ରନ ଓ ଡେଲଟାର ଲକ୍ଷଣ ମଧ୍ୟରେ ବହୁତ ଫରକ ରହିଥାଏ । ତେଣୁ ଏହି କାରଣରୁ ଏକ୍ସପର୍ଟମାନେ ଓମିକ୍ରନର ଲକ୍ଷଣକୁ ଚିହ୍ନଟ କରିବାକୁ କହିଆସୁଛନ୍ତି । ଏହାର ଲକ୍ଷଣକୁ ଠିକ୍ ଭାବେ ଚିହ୍ନଟ କରାଯାଇ ପାରିଲେ ଏହାର ସଂକ୍ରମଣକୁ ସହଜରେ ରୋକିହେବ । ତେବେ ଏନେଇ ଆମେରିକାର ୟେଲ ସ୍କୁଲ ଅଫ୍ ମେଡିସିନରେ ସହାୟକ ପ୍ରଫେସର ଥିବା ଜର୍ଜ ମୋରେନା ଓମିକ୍ରନର ଲକ୍ଷଣକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ସେ କହିଛନ୍ତି ଯେ, ଗତ ଡିସେମ୍ବର ଶେଷ ସୁଦ୍ଧା କୋଭିଡ-୧୯ର ସଂକ୍ରମଣ ସାମାନ୍ୟ ସ୍ଥିତିରେ ଥିଲା । ମାତ୍ର ଗତ ଏକ ସପ୍ତାହ ହେଲା କରୋନାର ବିସ୍ଫୋରଣ ହୋଇଗଲା । ଏହାର କାରଣ ହେଉଛି ଓମିକ୍ରନ । କୋଭିଡର ଅନ୍ୟ ଲକ୍ଷଣ ଦେଖାଦେବା ପୂର୍ବରୁ ରୋଗୀ ଠାରେ ରୁଖାପଣ ଓ ଗଳାରେ ସମସ୍ୟା ଦେଖାଦେଇଥାଏ ବୋଲି ସେ କହିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ଓ ୟୁକେର ଡାକ୍ତରମାନେ କହିଛନ୍ତି ଯେ, ଗଳାରେ ଯନ୍ତ୍ରଣା ହେବା ଓମିକ୍ରନର ଏକ ବିଶେଷ ଲକ୍ଷଣ ।

ଦକ୍ଷିଣ ଆଫ୍ରିକାର ଡିସ୍କଭରି ହେଲଥର ସିଇଓ କହିଛନ୍ତି ଯେ, ଓମିକ୍ରନ ରୋଗୀଙ୍କ ଠାରେ ସର୍ବପ୍ରଥମେ ଗଳା ଯନ୍ତ୍ରଣା ଦେଖାଦେଇଥାଏ । ଏହାପରେ ନାକ ବନ୍ଦ, ଶୁଖିଲା ଖାସ, ଶରୀରେ ଯନ୍ତ୍ରଣା ଦେଖାଦେଇଥାଏ । ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ ହେଲଥ ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ଭାରିଆଣ୍ଟ ଅପେକ୍ଷା ଓମିକ୍ରନର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ଡେଲଟା ପରି ସ୍ୱାଦ ଓ ସୁଗନ୍ଧ କ୍ଷମତା ଯାଇ ନଥାଏ । ତେବେ ନାକ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଓମିକ୍ରନ ଗଳାକୁ ସଂକ୍ରମିତ କରିଥାଏ ବୋଲି ଆଉ କିଛି ଏକ୍ସପର୍ଟ କହିଛନ୍ତି । ତେବେ ଏକ ଷ୍ଟଡରି ଜଣାପଡ଼ିଛି ଯେ, ଓମିକ୍ରନରେ ସଂକ୍ରମିତ ସମସ୍ତ ରୋଗୀଙ୍କ ଠାରେ ସର୍ବପ୍ରଥମେ ଗଳାରେ ଯନ୍ତ୍ରଣା ଦେଖାଦେଇଥାଏ ।

Get real time updates directly on you device, subscribe now.