fbpx

ଦଶମ ପାସ ପ୍ରାର୍ଥୀଙ୍କ ପାଇଁ ନୂଆ ନିଯୁକ୍ତି: ୫୭ ବର୍ଷ ପର୍ଯ୍ୟନ୍ତ ରହିଛି ଆବେଦନକାରୀଙ୍କ ବୟସସୀମା

ନେସନ ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ(NTPC) ମାଇନିଙ୍ଗ ସିରଦାର ଏବଂ ମାଇନିଙ୍ଗ ଓଭରମ୍ୟାନ ପଦବୀରେ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ NTPCର ଅଫିସିଆଲ ୱେବସାଇଟ ntpc.co.in ଦ୍ୱାରା ଆବେଦନ କରି ପାରିବେ । ତେବେ ପ୍ରାର୍ଥୀମାନଙ୍କ ପାଇଁ ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ଧାର୍ଯ୍ୟ ହୋଇଛି ।

ମୋଟ ୧୭୭ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିରୁ ମାଇନିଙ୍ଗ ଓଭରମ୍ୟାନ ପାଇଁ ୭୪ ଏବଂ ମାଇନିଙ୍ଗ ସିରଦାର ପାଇଁ ୧୦୩ ପଦରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ମାଇନିଙ୍ଗ ଓଭରମ୍ୟାନ ପାଇଁ ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା ଇନ ଇଞ୍ଜିନିୟରିଙ୍ଗ ସହିତ ସିଏମଆର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ମାଇନିଙ୍ଗ ସିରଦାର ପାଇଁ ଦଶମ ପାସ ସହିତ ମାଇନିଙ୍ଗ ସରଦାର ସାର୍ଟିଫିକେଟ ଥିବା ଆବଶ୍ୟକ । ଏହାବ୍ୟତୀତ ଅଭିଜ୍ଞତା ମଧ୍ୟ ରହିବା ଜରୁରୀ । ତେବେ ଏହି ପଦଗୁଡିକ ପାଇଁ ପ୍ରାର୍ଥୀଙ୍କ ବୟସସୀମା ୫୭ ବର୍ଷ ନିର୍ଣ୍ଣୟ କରାଯାଇଛି । ଅନ୍ୟ ପକ୍ଷରେ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ଜରିଆରେ ପ୍ରାର୍ଥୀମାନଙ୍କର ଚୟନ କରାଯିବ ।

Get real time updates directly on you device, subscribe now.