fbpx

ନୂଆ ଭାରିଆଣ୍ଟ XBB1.16କୁ ନେଇ ଭାରତରେ ଚିନ୍ତା ବଢ଼ିଲା: ବିଶ୍ୱର ୧୨ଟି ଦେଶକୁ ବ୍ୟାପିଲା ସଂକ୍ରମଣ, ଆସିଲା WHO ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲା ଗତ କିଛିଦିନ ଧରି ବଢ଼ୁଥିବା ଦେଖାଯାଉଛି । ତେବେ ଏହି ନୂଆ ମାମଲା ବୃଦ୍ଧିର କାରଣ ଏକ୍ସବିବି୧.୧୬ ଭାରିଆଣ୍ଟ ବୋଲି କୁହାଯାଉଛି । ଏହା ମଧ୍ୟରେ ଏହି ଭାରିଆଣ୍ଟ ବିଶ୍ୱର ୧୨ଟି ଦେଶକୁ ବ୍ୟାପି ସାରିଲାଣି । ତେବେ ଭାରତରେ ସବୁଠାରୁ ଅଧିକ ସଂକ୍ରମଣ ବଢ଼ୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

କରୋନା ଉପରେ ନଜର ରଖୁଥିବା ହୁ’ର ଭ୍ୟାକ୍ସିନ ସେଫଟି ନେଟର ଜଣେ ସଦସ୍ୟ କହିଛନ୍ତି, ନୂଆ ଭାରିଆଣ୍ଟ ଏକ୍ସବିବି୧.୧୬ ଅତିକମରେ ୧୨ଟି ଦେଶରେ ମିଳିଛି, ସେଥିମଧ୍ୟରୁ ଭାରତରେ ସର୍ବାଧିକ ମାମଲା ରହିଛି । ଭାରତ ବ୍ୟତୀତ ଆମେରିକା, ବ୍ରୁନେଈ, ସିଙ୍ଗାପୁର, ଚୀନ ଓ ୟୁପେ କରି କିଛି ଦେଶ ଏହି ଲିଷ୍ଟରେ ରହିଛନ୍ତି । ଏକ୍ସବିବି୧.୧୬ ଭାରିଆଣ୍ଟ ଏକ୍ସବିବି.୧.୫ ତୁଳନାରେ ୧୪୦ ପ୍ରତିଶତ ଦ୍ରୁତ ସଂକ୍ରମଣ କରିଥାଏ ଓ ଏହା ଅଧିକ ଆକ୍ରାମକ ଅଟେ । ତେଣୁ ଏହି ଭାଇରସ କବଳରୁ ରକ୍ଷା ପାଇବାକୁ ହେଲେ ବହୁତ ସାବଧାନ ଜରୁରୀ ।

ସେହିପରି ଭାରତୀୟ ସାର୍ସ-କୋଭ-୨ ଜିନୋମିକ୍ସ କନସୋର୍ଟିୟମର ଉପାଧ୍ୟକ୍ଷ ଡା. ସୌମିତ୍ର ଦାସ କହିଛନ୍ତି, ଚଳିତ ବର୍ଷ ଜାନୁଆରୀ ମାସ ପୂର୍ବରୁ କୋଭିଡ ଏକ୍ସବିବି୧.୧୬କୁ ଚିହ୍ନଟ କରାଯାଇଥିଲା । ଏହି ଭାରିଆଣ୍ଟ ଉପରେ ଭଲଭାବେ ନଜର ରଖାଯାଇଛି । ଏହି ଭାଇରସକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ଡାଟା ନଥିବାରୁ ସୁରକ୍ଷା ପାଇଁ ସମସ୍ତେ ମାସ୍କ ଲଗାଇବା ଜରୁରୀ ।

ଭାରତରେ ମୋଟ କୋଭିଡ୍ ସଂକ୍ରମଣ ମାମଲା ୬,୫୫୯ରେ ପହଞ୍ଚି ଯାଇଛି । ବୈଜ୍ଞାନିକଙ୍କ ମତରେ ନିକଟରେ କରୋନା ଭାଇରସର ମାମଲା ବଢ଼ିବା ପଛରେ କୋଭିଡ-୧୯ର ଏକବିବି୧.୧୬ ଭାଇରସ ହିଁ ଦାୟୀ । ଏହି ଭାରିଆଣ୍ଟ କୋଭିଡର ଓମିକ୍ରନ ଭାରିଆଣ୍ଟର ରିକମ୍ବିନେସନ ଏକ୍ସବିବି ଭାରିଆଣ୍ଟର ଏକ ବଂଶଜ । ଇନସାକୋଜର ନୂଆ ତଥ୍ୟ ମୁତାବକ, ଦେଶରେ ବର୍ତ୍ତମାନ ଏକ୍ସବିବି୧.୧୬ର ୭୬ଟି ମାମଲା ରହିଛି ।

Get real time updates directly on you device, subscribe now.