fbpx

ହୋଡିଂ ଉପରରେ ହାଇଡ୍ରାମା ; ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷିତ ଭାବରେ ଉଦ୍ଧାର ପରେ ଥାନାରେ ଅଟକ

ଭୁବନେଶ୍ୱର : ବୁଧବାର ସକାଳେ ଭୁବନେଶ୍ୱରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶିଶୁଭବନ ଛକ ନିକଟରେ ଥିବା ଏକ ହୋଡିଂ ଉପରକୁ ଚଢି ଜଣେ ଯଚୁବକ ଆତ୍ମହତ୍ୟା ଉଦ୍ୟମ କରିବା ସହ ଧମକ ଦେଉଥିଲେ ମୁଁ ଡେଇଁ ପଡିବି । ରାଜଧାନୀ ଭୁବନେଶ୍ୱରରେ ଏଭଳି କିଛି ହାଇଡ୍ରାମା ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା ଲୋକ ପୋଲିସକୁ ଜଣାଇବା ସହ ଅଗ୍ନିଶମ ବିଭାକୁ ଜଣାଇଥିଲେ । ଅଗ୍ନିଶମ କର୍ମଚାରୀ ପ୍ରାୟ ଦୁଇ ଘଣ୍ଟା ପରେ ଉକ୍ତ ଯୁବକଙ୍କ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବକ ନାମ ଟୁଲୁ ପାତ୍ର , ଘର ବାଲେଶ୍ୱରରେ ଏବଂ ସେ ଭୁବନେଶ୍ୱରରେ ଅଟୋ ଚଲାନ୍ତି ବୋଲି ଜଣାପଡିଥିଲା । ଉଦ୍ଧାର ପରେ କ୍ୟାପିଟାଲ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି । ମାନସିକ ବିକୃତ ଲୋକ ଏଭଳି ଅନେକ ଉନ୍ମତକାଣ୍ଡ ଘଟାଇଛନ୍ତି ଏବଂ ନିଶାଶକ୍ତ ଅବସ୍ଥାରେ ହୋଡିଂ ଉପରକୁ ଚଢି ଏଭଳି ହାଇଡ୍ରାମା କରିଛନ୍ତି ।

Get real time updates directly on you device, subscribe now.