fbpx

E-Shram କାର୍ଡରେ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ବେନିଫିଟ: ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟା ୨୮ କୋଟି ଟପିଲା, ଲୋକସଭାରେ ସୂଚନା ଦେଲେ ଶ୍ରମମନ୍ତ୍ରୀ

ନୂଆଦିଲ୍ଲୀ: ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଥିଲେ । ଏହି ସ୍କିମରେ ଯୋଡ଼ି ହେଲେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ ଫାଇଦା ମିଳିଥାଏ । ଏଥିସହିତ ମାଗଣାରେ ବୀମା ସୁବିଧା ମଧ୍ୟ ମିଳିଥାଏ । ସାଧାରଣ ବର୍ଗ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା ।

ତେବେ ସରକାରୀ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ୨୮.୬୬ କୋଟି ଶ୍ରମିକ ପଞ୍ଜିକୃତ ହୋଇସାରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରମିକଙ୍କ ଏହି ତଥ୍ୟ ଲୋକସଭାରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରଦାନ କରିଛନ୍ତି । ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ୨୦୨୧ ମସିହା ଅଗଷ୍ଟ ମାସ ୨୬ ତାରିଖରେ କେନ୍ଦ୍ର ସରକାର ଇ-ଶ୍ରମ ପୋର୍ଟାଲ ଶୁଭାରମ୍ଭ କରିଥିଲେ ।

ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିଜର ନିଜର ରେଜିଷ୍ଟ୍ରେସନ ଇ-ଶ୍ରମ ପୋର୍ଟାଲରେ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ଯୋଜନାର ଲାଭ ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ ୨ ଲକ୍ଷର ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ବିଏମଏସବିୱାଇ)ରେ ଶ୍ରମିକଙ୍କୁ ବୀମା ସୁବିଧା ଯୋଗାଇ ଦିଆଯାଇଥାଏ ।

ଏହି ଯୋଜନାରେ ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ବୀମା ମିଳିଥାଏ । ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ଆଧାର କାର୍ଡ ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ଆବଶ୍ୟକ । ୧୬-୫୯ ବର୍ଷର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମ ପୋର୍ଟାଲ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ରଗ୍ଦଷକ୍ସବଜ୍ଞ.ଶକ୍ଟଙ୍ଖ.ସଦ୍ଭ/ରେ ରେଜିଷ୍ଟ୍ରେସନ କରିପାରିବେ ।

Get real time updates directly on you device, subscribe now.