fbpx

କ୍ରିକେଟ ଖେଳି ଫେରୁଥିବା ନେତାଙ୍କ କାରରେ ରକେଟ ଆକ୍ରମଣ, ୧୦ ମୃତ

ଇସଲାମାବାଦ: ପାକିସ୍ତାନରେ ଆର୍ଥନୀତି ପରିସ୍ଥିତି ଠିକ୍ ନଥିବା ବେଳେ ଆନ୍ତରିକ ଅବସ୍ଥା ସୋଚନୀୟ ହୋଇ ପଡିଛି । ଏବଟାବାଦର ମୂକ୍ୟ ବିପକ୍ଷ ପାର୍ଟୀ ପିଟିଆଇର ଏକ ସ୍ଥାନୀୟ ନେତାଙ୍କୁ ଲକ୍ଷ ରଖାଯାଇ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ସମୁଦାୟ ୧୦ ଲୋକଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ଏବଟାବାଦର ଡିପିଓ ଅମର ତୁଫେଲ କହିଛନ୍ତି ଯେ, ହବେଲିଆ ତହସିଲର ମେୟର ଆତିଫ କାରରେ ଯାତ୍ରା କରୁଥିଲେ । ସେତେବେଳେ ଆକ୍ରମଣକାରୀ ତାଙ୍କ କାରର ଇନ୍ଧନ ଟାଙ୍କିକୁ ଗୁଳି ମାରିଛନ୍ତି । ଯେଉଁ କାରଣ ପାଇଁ ସେହି କାରରେ ନିଆଁ ଲାଗି ଯାଇଥିଲା ।

ଘଟଣାସ୍ଥଳରେ କାରଟି ଜଳିଯାଇଛି । ଉଦ୍ଧାର ହୋଇଥିବା ଶବ ମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହାର ପ୍ରାଥମିକ ଜାଂଚ କରାଯାଇନଥିଲା । ହେଲେ ପୋଲିସ ଅପରାଧୀଙ୍କ ଗିରଫ କରିବା ପାଇଁ ଜାଂଚ ଅଭିଯାନ ଆରମ୍ଭ କରିସାରିଛି ।

Get real time updates directly on you device, subscribe now.