fbpx

ମୁଁ ମରିବା ପୂର୍ବରୁ ତାଜମହଲ ଦେଖିବାକୁ ଚାହେଁ …. ବୃଦ୍ଧ ମାଆଙ୍କର ଇଚ୍ଛା ପୂରଣ କରିବା ପାଇଁ ୧୦୦୦ କିଲୋମିଟର ଷ୍ଟ୍ରେଚର ଆଣିଲା ପୁଅ – ଏ ଯୁଗର ଶ୍ରବଣ କୁମାର

ଆଗ୍ରା: ଶ୍ରାବଣ କୁମାରଙ୍କ କାହାଣୀ ଆମ ପୁରାଣ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି । କୁହାଯାଏ ଶ୍ରାବଣ କୁମାର ତାଙ୍କ ମା ଏବଂ ପିତାଙ୍କୁ ଭାରରେ ବସାଇ କାନ୍ଦରେ ବୋହି ବୋହି ତୀର୍ଥ ଦର୍ଶନ କରିଥିଲେ । ଯୁଗ ଯୁଗ ଧରି ମାତା-ପିତା ଶ୍ରେଷ୍ଠ ଭକ୍ତଙ୍କ ମଧ୍ୟରେ ଶ୍ରାବଣ କୁମାରଙ୍କ ନାମ ଏକ ଉଦାହରଣ ଭାବରେ ପୁରାଣରେ ରହିଛି । ସେହିପରି କଳିଯୁଗରେ ଆଉ ଜଣେ ଶ୍ରବଣ କୁମାରଙ୍କୁ ଦେଖିବାବାକୁ ମିଳିଛି ।
ଗୁଜୁରାଟର କଚ୍ଛରେ ରହୁଥିବା ଜଣେ ଯୁବକ ତାଙ୍କ ମା’ଙ୍କ ଇଚ୍ଛା ପୂରଣ କରି ଏପରି ଉଦାହରଣ ସୃଷ୍ଟି କରିଛନ୍ତି । ଇବ୍ରାହିମଙ୍କ ମାଙ୍କ ଇଚ୍ଛା ଥିଲା ଯେ ସେ ମୃତ୍ୟୁ ପୂର୍ବରୁ ସେ ତାଜମହଲ ଦେଖିବେ କିନ୍ତୁୁ ଶରୀର ପୀଡା ହେତୁ ତାଙ୍କ ଇଚ୍ଛା ପୂରଣ ହୋଇପାରିଲା ନାହିଁ । ତେଣୁ ମାଆଙ୍କୁ ତାଜମହଲ ବୁଲାଇାଇବା ପାଇଁ ଅଣ୍ଟା ଭିଡିଲା ଏବଂ ଷ୍ଟ୍ରେଚରରେ ହଜାର କିଲୋମିଟର ପାରି କରି ତାଜମହଲରେ ପହଞ୍ଚାଇଲା । ବର୍ତ୍ତମାନ ତାଙ୍କର ଏହି କାର‌୍ୟ୍ୟକୁ ସବୁ ଦିଗରୁ ପ୍ରଶଂସା କରାଯାଉଛି।
ମାତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଇବ୍ରାହିମ ଏକ ହ୍ୱିଲ ଚେୟାରରେ ମାଧ୍ୟମରେ ତିଆରି ହୋଇଥିବା ଏକ ଷ୍ଟ୍ରେଚରରେ ହଜାରେ କିଲୋମିଟର ଯାତ୍ରା କରି ତାଜମହଲରେ ପହଞ୍ଚିଥିଲେ। ଏହିଭଳି ଅବସ୍ଥାରେ ତାଜମହଲ ଦେଖିବାକୁ ଆସିଥିବା ବୃଦ୍ଧାଙ୍କୁ ଏଏସଆଇର ଅଧିକାରୀ ଏବଂ କର୍ମଚାରୀମାନେ ସାହାଯ୍ୟ କରିଥିଲେ। ମଙ୍ଗଳବାର ଦିନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଗୁଜୁରାଟର କଚ୍ଛର ମୁଣ୍ଡ୍ରା ସହରରେ ରହୁଥିବା ଇବ୍ରାହିମଙ୍କ ମା ରଜିଆ ବେନଙ୍କର ଇଚ୍ଛା ଥିଲା ଯେ ସେ ମୃତ୍ୟୁ ପୂର୍ବରୁ ତାଜମହଲକୁ ଦେଖିବାକୁ ଚାହୁଁଥିଲେ। ତାଙ୍କ ମାତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଷ୍ଟ୍ରେଚରରେ ପ୍ରାୟ ୧୦୦୦ କିଲୋମିଟର ଯାତ୍ରା କରି ଇବ୍ରାହିମ ସୋମବାର ତାଜମହଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ଇବ୍ରାହିମ କହିଛନ୍ତି ଯେ ତାଙ୍କ ମାଆ ରଜିଆ ବେନ ୩୨ ବର୍ଷରୁ ବ୍ୟାକପେନ୍ ବା ଅଣ୍ଟା ଜନିତ ସମସ୍ୟାରେ ପୀଡିତ ଥିଲେ। ସେ ଏକ ହ୍ୱିଲ୍ ଚେୟାରରେ ଅଛନ୍ତି । ଏଭଳି ପରିସ୍ଥିତିରେ ସେ ମା’ଙ୍କୁ ତାଜମହଲକୁ ନେବା ପାଇଁ ଏକ ସ୍ୱତନ୍ତ୍ର ଷ୍ଟ୍ରେଚର ପ୍ରସ୍ତୁତ କରାଯଗଲା, ଯାହାଫଳରେ ମା’ଙ୍କୁ ବିନା କୌଣସି ଅସୁବିଧାରେ ସହଜରେ ଯାତ୍ରା ହୋଇପାରିଲା ।

Get real time updates directly on you device, subscribe now.